CORONAVIRUS UPDATE: ରାଜ୍ୟରେ ୪୦,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୬୯୯ ପଜିଟିଭ୍‌

ଭୁବନେଶ୍ୱର,୬ା୮(ବ୍ୟୁରୋ) : ଗୁରୁବାର ୨୯ଟି ଜିଲାରୁ ୧୬୯୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୦୭୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୬୨୬ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଗଞ୍ଜାମରୁ ସର୍ବାଧିକ ୨୬୮, ଖୋର୍ଦ୍ଧାରୁ ୨୨୦ ଏବଂ ସୁନ୍ଦରଗଡ଼ରୁ ୧୭୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୭, ବାଲେଶ୍ୱର ୧୭, ବରଗଡ଼ ୮୧, ଭଦ୍ରକ ୬୬, ବଲାଙ୍ଗୀର ୨୧, ବୌଦ୍ଧ ୮, କଟକ ୧୦୫, ଢେଙ୍କାନାଳ ୨୭, ଗଜପତି ୫୯, ଜଗତସିଂହପୁର ୧୬, ଯାଜପୁର ୪୧, ଝାରସୁଗୁଡ଼ା ୧୦, କଳାହାଣ୍ଡି ୩୦, କନ୍ଧମାଳ ୭୪, କେନ୍ଦ୍ରାପଡ଼ା ୨୭, କେନ୍ଦୁଝର ୫୬, କୋରାପୁଟ ୪୧, ମାଲକାନଗିରି ୭୨, ମୟୂରଭଞ୍ଜ ୨୪, ନବରଙ୍ଗପୁର ୧୬, ନୟାଗଡ଼ ୨୫, ନୂଆପଡ଼ା ୩, ପୁରୀ ୬୭, ରାୟଗଡ଼ା ୧୯, ସମ୍ବଲପୁର ୧୦୧ ଏବଂ ସୋନପୁରରୁ ୧୦ ଜଣ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭ରେ ପହଞ୍ଚିଥିବା ବେଳେ ୨୫,୭୩୭ ସୁସ୍ଥ ହୋଇଛନ୍ତି। ୧୪,୭୦୦ ଜଣ ଚିକିତ୍ସିତ ହେଉଛନ୍ତି। ୨୩୫ ଜଣଙ୍କ ମୃତ୍ୟୁ ଘଟିଛି।

Share