Categories: ଜାତୀୟ

ଦୁଇ ମାସରେ କର୍ନାଟକରେ ସଂକ୍ରମିତ ଚିହ୍ନଟ ହେଲେଣି ୪୦ ହଜାର ଶିଶୁ

ବେଙ୍ଗାଲୁରୁ, ୨୧।୫ : କରୋନା ଦ୍ୱିତୀୟ ଲହରରେ କର୍ନାଟକରେ ୯ ବର୍ଷରୁ କମ୍‌ ପ୍ରାୟ ୪୦,୦୦୦ ଶିଶୁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୮ ସୁଦ୍ଧା ଯେତିକି ଶିଶୁ ସଂକ୍ରମିତ ହୋଇଥିଲେ ଗତ ଦୁଇମାସରେ ତାହାର ପାଖାପାଖି ଦେଢ଼ଗୁଣ ସଂକ୍ରମିତ ହେଲେଣି। ରାଜ୍ୟ ଓ୍ବାର୍‌ ରୁମ୍‌ ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୮ରୁ ମେ’ ୧୮ ମଧ୍ୟରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ୩୯,୮୪୬ ଶିଶୁ। ମହାମାରୀ ଆରମ୍ଭରୁ ଚଳିତ ବର୍ଷ ମାର୍ଚ୍ଚର ମଧ୍ୟାନ୍ତର ସୁଦ୍ଧା ୯ ବର୍ଷରୁ କମ୍‌ ବୟସ ବର୍ଗରେ ୨୭,୮୪୧ ଶିଶୁ ସଂକ୍ରମିତ ହୋଇଥିଲେ।

Share