ଆଜି ରାଜ୍ୟରେ ସୁସ୍ଥ ହେଲେ ୪୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଶନିବାର ରାଜ୍ୟରୁ ୪୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ରୁ ଜଣାପଡ଼ିଛି।

ଆଜି ଖୋର୍ଦ୍ଧାରୁ ୭୩ ଜଣ ସୁସ୍ଥ ହୋଇଥିବା ବେଳେ କଳାହାଣ୍ଡିରୁ ୫୭ ଏବଂ ବରଗଡ଼ରୁ ୩୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୩୨, ସୁନ୍ଦରଗଡ଼ ୩୧, ଅନୁଗୋଳ ୨୭, କଟକ ୨୬, ଝାରସୁଗୁଡ଼ା ୧୭, ସମ୍ବଲପୁର ୧୪, କେନ୍ଦୁଝର ୧୨, ପୁରୀ ୯, ଯାଜପୁର ୮, ଗଞ୍ଜାମ ୭, ନବରଙ୍ଗପୁର ୬ରୁ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର, ଢେଙ୍କାନାଳ, ଏବଂ କୋରାପୁଟରୁ ୫ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଏବଂ ରାୟଗଡ଼ାରୁ ୪ ଜଣ ଲେଖାଏ, ସୋନପୁରରୁ ୩ ଜଣ ସୁସ୍ଥ ହୋଇଛନ୍ତି। ବଲାଙ୍ଗୀର ଏବଂ କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି। ନୟାଗଡ଼ରୁ ଜଣେ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୮,୧୮୨ରେ ପହଞ୍ଚିଥିବା ବେଳେ ୩,୩୯,୨୦୦ ଜଣ ସୁସ୍ଥ ହୋଇଛନ୍ତି। ୭,୦୦୩ ଜଣ ଚିକିିତ୍ସିତ ହେଉଛନ୍ତି।

Share