ଭୁବନେଶ୍ୱର,୪।୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୪୦୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୮,୩୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୬୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଆଜି ୭୪ ଜଣ ଶିଶୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୬୭ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୩ ଏବଂ ମୟୂରଭଞ୍ଜରୁ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୧୬, ବରଗଡ଼ ୧, ଭଦ୍ରକ ୨, ଦେବଗଡ଼ ୨, ଜଗତସିଂହପୁର ୧୮, ଯାଜପୁର ୧୭, କଳାହାଣ୍ଡି ୩, କେନ୍ଦ୍ରାପଡ଼ା ୧୦, କୋରାପୁଟ ୩, ମାଲକାନଗିରି ୧, ନବରଙ୍ଗପୁର ୨୬, ନୟାଗଡ଼ ୫, ପୁରୀ ୧୯, ସମ୍ବଲପୁରରୁ ୧୧ ଏବଂ ସୁନ୍ଦରଗଡ଼ରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୩୯।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୨୮,୩୬୬ରେ ପହଞ୍ଚିଥିବା ବେଳେ ୧୦,୧୫,୦୧୮ଜଣ ସୁସ୍ଥ ହୋଇଛନ୍ତି। ୫୦୭୫ ଜଣ ଚିକିିତ୍ସିତ ହେଉଛନ୍ତି।