Categories: ଜାତୀୟ

ବଢୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୭୯୭ ନୂଆ ଆକ୍ରାନ୍ତ ଚିହ୍ନଟ, ୫ ମୃତ

ନୂଆଦିଲ୍ଲୀ,୨୯।୧୨: ଗତ ୨୪ ଘଣ୍ଟାରେ ଦେଶରେ ୭୯୭ ନୂଆ କୋଭିଡ -୧୯ ମାମଲା ରିପୋର୍ଟ ହୋଇଛି। ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୪୦୯୧ ସକ୍ରିୟ ମାମଲା ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାନୁଯାୟୀ, କୋଭିଡ -୧୯ ସଂକ୍ରମଣ ହେତୁ ୫ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ କେରଳରୁ ୨ ହୋଇଥିବା ବେଳେ ମହାରାଷ୍ଟ୍ର, ପୁଡୁଚେରୀ ଏବଂ ତାମିଲନାଡୁରେ ଜଣେ ଲେଖାଏଁ ଅଛନ୍ତି। ୨୦୨୦ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୪.୫ କୋଟିରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫.୩ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ୪.୪ କୋଟିକୁ ବୃଦ୍ଧି ପାଇଛି। ଜାତୀୟ ପୁନରୁଦ୍ଧାର ହାର ୯୮.୮୧ ପ୍ରତିଶତ ହୋଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ -୧୯ ଟୀକାକରଣ ଅଭିଯାନ ଅଧୀନରେ ୨୨୦.୬୭ କୋଟି ଡୋଜ ଦିଆଯାଇଛି।

 

Share