Categories: ଜାତୀୟ

ରାଜଧାନୀରେ ୭ ମାସର ରେକର୍ଡ ଭାଙ୍ଗିଲା ପଜିଟିଭ ମାମଲା

ନୂଆଦିଲ୍ଲୀ,୩॥୧: ଦିଲ୍ଲୀରେ ଚିନ୍ତା ବଢାଇଛି କରୋନା। ଦୀର୍ଘ ୭ ମାସ ପରେ ରାଜଧାନୀରେ କରୋନା ପଜିଟିଭ ସଂଖ୍ୟା ରେକର୍ଡ ଭାଙ୍ଗିଛି । ଗୋଟିଏ ଦିନରେ ୪ ହଜାର ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀରେ ମେ ୧୮ ତାରିଖରେ ୪୪୮୨ କୋଭିଡ୍‌ ମାମଲା ସାମ୍ନାକୁ ଆସିଥିଲା । ସେବେଠୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ। ତେବେ ଓମିକ୍ରନ ପ୍ରଭାବରୁ ଦିଲ୍ଲୀରେ ସଂକ୍ରମଣ ବଢୁଥିବା ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏହାକୁ ମିଶାଇ ଦିଲ୍ଲୀରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି ।

ଦିଲ୍ଲୀରେ ଗତ ୨୪ ଘଣ୍ଟା ଭିତରେ ଜଣେ କୋଭିଡ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ସେଠାରେ କୋଭିଡ ମୃତକଙ୍କ ସଂଖ୍ୟା ୨୫,୧୧୦କୁ ବୃଦ୍ଧି ପାଇଛି । ସେହିପରି ୬୨୮୮ ଜଣ ରୋଗୀ ଆଇସୋଲେସନରେ ଥିବା ସୂଚନା ମିଳିଛି।

Share