୧୫ ବର୍ଷରେ ଦାରିଦ୍ର୍ୟରୁ ମୁକ୍ତ ହେଲେଣି ୪୧.୫ କୋଟି ଭାରତୀୟ

ଜାତିସଂଘ,୧୨ା୭: ବିଶ୍ୱର ଜନବହୁଳ ଦେଶ ଭାରତରେ ଦାରିଦ୍ର୍ୟ ଧୀରେ ଧୀରେ କମିବାରେ ଲାଗୁଥିବା ମଙ୍ଗଳବାର ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ଗ୍ଲୋବାଲ ମଲ୍ଟିଡାଇମେନ୍‌ଶନାଲ ପଭର୍ଟି ଇନ୍‌ଡେକ୍ସ (ଏମ୍‌ପିଆଇ) ରିପୋର୍ଟରୁ ଜଣାପଡ଼ିଛି। ଗତ ୧୫ ବର୍ଷ ମଧ୍ୟରେ ଦେଶର ୪୧.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୟୁନାଇଟେଡ୍‌ ନେଶନ୍‌ ଡେଭଲପମେଣ୍ଟ ପ୍ରୋଗ୍ରାମ (ୟୁଏନ୍‌ଡିପି) ଏବଂ ଦ ଅକ୍ସଫୋର୍ଡ ପଭର୍ଟି ଆଣ୍ଡ ହ୍ୟୁମାନ୍‌ ଡେଭଲପମେଣ୍ଟ ଇନିସିଏଟିଭ୍‌ (ଓପିଏଚ୍‌ଆଇ) ପକ୍ଷରୁ ମିଳିତ ଭାବେ ୨୦୦୫-୦୬ରୁ ୨୦୧୯-୨୧ ବର୍ଷର ଡେଟାକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ। ଭାରତ, କାମ୍ବୋଡିଆ, ଚାଇନା, କଙ୍ଗୋ, ହଣ୍ଡୁରାସ, ଇଣ୍ଡୋନେସିଆ, ମରକୋ, ସର୍ବିଆ ଓ ଭିଏଟ୍‌ନାମ ସମେତ ୨୫ ଦେଶ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ଏଥିରେ ଉଲ୍ଲେଖ ରହିଛି।
ଅନ୍ୟ ଦେଶ ତୁଳନାରେ ଭାରତରେ ସର୍ବାଧିକ ଲୋକ ଦାରିଦ୍ର୍ୟରୁ ବାହାରିବା ଗ୍ରହଣୀୟ। ୨୦୦୫-୨୦୦୬ ମଧ୍ୟରେ ଦେଶରେ ୬୪.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବାବେଳେ ୨୦୧୫-୧୬ରେ ଏହି ସଂଖ୍ୟା ହ୍ରାସ ପାଇ ୩୭ କୋଟି ଏବଂ ୨୦୧୯-୨୧ରେ ୨୩ କୋଟିରେ ପହଞ୍ଚତ୍ଛି। ସେହିପରି ୨୦୦୫-୨୦୦୬ରେ ୫୫.୧% ଦାରିଦ୍ର୍ୟ କମିଥିବାବେଳେ ୨୦୧୯-୨୧ରେ ୧୯.୪% କମିିଛି। କୋଭିଡ୍‌ ବେଳେ ଏ ସମ୍ପର୍କିତ କାର୍ଯ୍ୟରେ ସାମାନ୍ୟ ଅସୁବିଧା ହେବା ସହ ଅପେକ୍ଷାକୃତ ସ୍ବଳ୍ପ ଡେଟା ସଂଗୃହୀତ ହୋଇଛି। ୨୦୦୫-୨୦୦୬ ମଧ୍ୟରେ ପୋଷକ ଖାଦ୍ୟରୁ ବଞ୍ଚତ୍ତ ହେଉଥିବା ବର୍ଗଙ୍କ କ୍ଷେତ୍ରରେ ପାଖାପାଖି ୪୪.୩% ହ୍ରାସ ଘଟିଥିବାବେଳେ ୨୦୧୯-୨୧ ବେଳକୁ ଏହା ଆହୁରି ହ୍ରାସ ପାଇ ଶତକଡ଼ା ୧୧.୮ରେ ପହଞ୍ଚତ୍ଛି। ସେହିପରି ଶିଶୁ ମୃତ୍ୟୁ ୪.୫%ରୁ ଏବେ ୧.୫%କୁ ଖସିଛି।

Share