Categories: ଜାତୀୟ

୪୧ ପ୍ରାର୍ଥୀ ରାଜ୍ୟ ସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ

ନୂଆଦିଲ୍ଲୀ,୪।୬: ରାଜ୍ୟ ସଭା ପାଇଁ ୪୧ଜଣ ପ୍ରାର୍ଥୀଙ୍କୁ ନିର୍ଦ୍ୱନ୍ଦରେ ନିର୍ବାଚିତ କରାଯାଇଛି। ଏଥିରେ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ରାଜୀବ ଶୁକ୍ଲା, ଭାଜପାର ସୁମିତ୍ରା ବାଲ୍ମିକି ଏବଂ କବିତା ପାଟିଦାର, କଂଗ୍ରେସର ପୂର୍ବତନ ନେତା କପିଲ ସିବଲ, ରାଷ୍ଟ୍ରିୟ ଜନତା ଦଳର ମିସା ଭାରତୀ ଏବଂ ରାଷ୍ଟ୍ରୀୟ ଲୋକ ଦଳର ଜୟନ୍ତ ଚୌଧରୀ ସାମିଲ ରହିଛନ୍ତି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶରେ ସମସ୍ତ ୧୧ ଜଣ ପ୍ରାର୍ଥୀ, ତାମିଲନାଡୁରେ ୬ଜଣ, ବିହାରରେ ୫ଜଣ, ଆନ୍ଧ୍ରପ୍ରଦେଶରେ ୪ଜଣ, ମଧ୍ୟପ୍ରଦେଶ ଏବଂ ଓଡିଶାରେ ୩ଜଣ, ଛତିଶଗଡ, ପଞ୍ଜାବ, ତେଲେଙ୍ଗାନା ଓ ଝାଡଖଣ୍ଡରେ ୨ଜଣ ଏବଂ ଉତ୍ତରାଖଣ୍ଡରେ ଜଣେ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ନିର୍ଦ୍ୱନ୍ଦରେ ନିର୍ବାଚିତ ୪୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ଜଣ ଭାଜପାର, କଂଗ୍ରେସ ଓ ଓ୍ବାଇଏସ୍‌ଆର କଂଗ୍ରେସର ୪ଜଣ। ସେହିପରି ଡିଏମ୍‌କେ ଓ ବିଜେଡିରୁ ୩ଜଣ, ଆମ ଆଦମୀ ପାର୍ଟିରୁ ୨, ଆରଜେଡି, ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି, ଏଆଇଏଡିଏମ୍‌କେ, ଜେଏମ୍‌ଏମ୍‌, ଜେଡି(ୟୁ), ଏସ୍‌ପି ଓ ଆରଏଲ୍‌ଡିର ଜଣେ ପ୍ରାର୍ଥୀ ଏବଂ ସ୍ବାଧିନ ପ୍ରାର୍ଥୀ କପିଲ ସିବଲ ସାମିଲ ରହିଛନ୍ତି।

Share