୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ ପରିଚାଳନା କରିବା ଜାଣନ୍ତି ନାହିଁ

ନୂଆଦିଲ୍ଲୀ, ୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ ଲଞ୍ଚ କରିଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ ସୂଚନା ମିଳିପାରୁଛି। ଏହି ପୋର୍ଟାଲ ମାଧ୍ୟମରେ ଅନକ୍ଲେମଡ ବା ବେନାମୀ ଆକାଉଣ୍ଟଗୁଡ଼ିକ ବିଷୟରେ ସୂଚନା ମିଳିପାରୁଛି।

ସମଗ୍ର ଦେଶରେ ବ୍ୟାଙ୍କିଙ୍ଗ ଗ୍ରାହକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ଭାରତର ୩୦୧ଟି ଜିଲ୍ଲାରୁ ୩୧ହଜାର ଲୋକଙ୍କ ଠାରୁ ପ୍ରତିକ୍ରିୟା ନିଆଯାଇଥିଲା। ସେଥିମଧ୍ୟରୁ ୬୭ଶତକଡା ପୁରୁଷ ହୋଇଥିବାବେଳେ ୩୩ଶତକଡା ମହିଳା ଥିଲେ। ସର୍ଭେରେ ଜଣାପଡିଥିଲା କି ପ୍ରାୟ ୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ କରିଚାଳନା କରିପାରନ୍ତି ନାହିଁ। ୭ ଶତକଡା ଲୋକଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଇଛି ଓ ଜମା ରାଶି ଆରବିଆଇ ପାଖରେ ଅଛି। ୧୨ଶତକଡା ଲୋକ କହିଛନ୍ତି ଅକାଉଣ୍ଟ ଡିଆକ୍ଟିଭ ହୋଇଯିବାବୁ ପୁଣିଥରେ ଡିଆକ୍ଟିଭ କରିବାକୁ ବ୍ୟାଙ୍କକୁ ଯୋଗାଯୋଗ କରିଛୁ। ୧୪ଶତକଡା ଲୋକଙ୍କ ଅନଲାଇନ ଆକାଉଣ୍ଟ ନାହିଁ ଏବଂ ସେମାନଙ୍କୁ ଏଟିଏମ କିମ୍ବା ବ୍ୟାଙ୍କରୁ ଟଙ୍କା ଉଠାଇବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି। ୩୯ଶତକଡା ଲୋକଙ୍କ ଅନଲାଇନ ଆକାଉଣ୍ଟ ଅଛି କିନ୍ତୁ ସେମାନେ ଅନଲାଇନରେ କୌଣସି କାମ କରନ୍ତି ନାହିଁ।

ସୂଚନାଯୋଗ୍ୟ, ତେବେ କିଛି ଲୋକ ଅନଲାଇନ ଅକାଉଣ୍ଟ ପରିଚାଳନା କରି ନ ପାରି, ଓ୍ବେବସାଇଟ୍‌ ଓ ଆପ୍‌ରେ ଲଗ ଇନ୍‌ କରି ନ ପାରି କିମ୍ବା ପାସଓ୍ବାର୍ଡ ଭୁଲିବା ଯୋଗୁ ସେମାନଙ୍କ ଆକାଉଣ୍ଟ ଡିଆକ୍ଟିଭ ହୋଇଯାଏ। ଏଥିଯୋଗୁ ସେମାନେ ତାଙ୍କ ଜମାଟଙ୍କା ଫେରି ପାରନ୍ତି ନାହିଁ। ଆକାଉଣ୍ଟ ଦୀର୍ଘ ଦିନ ଧରି ଚାଲୁ ନ ଥିବାରୁ ବ୍ୟାଙ୍କ ଏହାକୁ ଡିଆକ୍ଟିଭ କରିଦେଇଥାଏ। ସେହିପରି ଯଦି ଆପଣ କଓ୍ବୋଇସି ସମ୍ପୂଣ୍ଣର୍ର୍ କରନ୍ତି ନାହିଁ କିମ୍ବା ଆକାଉଣ୍ଟ ଦୁଇ ବର୍ଷ ପାଇଁ ଆକ୍ଟିଭ ରଖି ନ ଥାନ୍ତି ତେବେ ଅକାଉଣ୍ଟ ଡିଆକ୍ଟିଭ ହୋଇଯାଏ।
ଯଦି ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ରାଶି ୧୦ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଯାଏଁ ଜମା ହୋଇ ରହିଯାଏ ଏବଂ ପରେ ଏହି ଅକାଉଣ୍ଟ ଡିଆକ୍ଟିଭ ହେବା ପରେ ଏନେଇ ଆକାଉଣ୍ଟ ହୋଲଡର ଦାବି ନ କରନ୍ତି ତେବେ ସେହି ସବୁ ଜମା ରାଶି ଶିକ୍ଷା ଏବଂ ସଚେତନତା ପାଣ୍ଠିରେ ଜମା ହୋଇଯାଏ।

 

Share