ନୂଆଦିଲ୍ଲୀ, ୯।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ମଧ୍ୟରେ ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନରେ ରାଲି ନ କରିବାକୁ ୪୧ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ସମସ୍ତ ରାଜନୈତିକ ରାଲି ଉପରେ ପ୍ରତିବନ୍ଧକ ଲଗାଇବାକୁ ଲୋକେ କହିଛନ୍ତି।
ଡିଜିଟାଲ ପ୍ଳାଟର୍ଫମ ଲୋକାଲସର୍କିଲ୍ସ୍ ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ୨୪ ପ୍ରତିଶତ ଲୋକ ସମସ୍ତ ରାଜନୈତିକ ଦଳ କରୋନା ମାର୍ଗଦର୍ଶିକା ପାଳନ କରିବା ଉଚିତ ବୋଲି ମତ ଦେଇଛନ୍ତି।
ସର୍ଭେରେ ଦେଶର ୩୦୪ ଜିଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ସର୍ଭେରେ ୧୧,୦୦୦ ଲୋକଙ୍କର ମତାମତ ଗ୍ରହଣ କରାଯାଇଥିଲା। ାସଥିମଧ୍ୟରୁ ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁରର ୪୧୭୨ ଜଣ ଲୋକ ମତ ଦେଇଥିଲେ। ସର୍ଭେରେ ୬୮ ପ୍ରତିଶତ ପୁରୁଷ ଏବଂ ୩୨ ପ୍ରତିଶତ ମହିଳାଙ୍କୁ ସାମିଲ କରାଯାଇଥିଲା।