Categories: ଜାତୀୟ

ଭାରତ-ମ୍ୟାନ୍‌ମାର ସୀମାନ୍ତରେ ସ୍ଥିତି ଚିନ୍ତାଜନକ

ନୂଆଦିଲ୍ଲୀ,୧୨।୧: ମ୍ୟାନ୍‌ମାରରେ ସଶସ୍ତ୍ର ଉଗ୍ରପନ୍ଥୀ ଓ ସରକାରୀ ସେନା ମଧ୍ୟରେ ସଂଘର୍ଷଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଗତ ୨ମାସ ମଧ୍ୟରେ ୪୧୬ ଜଣ ମ୍ୟାନ୍‌ମାର ସୈନ୍ୟ ଭାରତରେ ପ୍ରବେଶ କରିଥିଲେ। ଏନେଇ ଭାରତୀୟ ସେନା ସୀମାନ୍ତ ସ୍ଥିତି ଉପରେ କଡ଼ା ନଜର ରଖିଥିବା ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ସେନା ଦିବସ ପୂର୍ବରୁ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଜେନେରାଲ ପାଣ୍ଡେ କହିଛନ୍ତି, ଭାରତ-ମ୍ୟାନ୍‌ମାର ସୀମାନ୍ତ ନିକଟରେ ସ୍ଥିତି ଚିନ୍ତାଜନକ ରହିଛି। ସେଠାର ଉଗ୍ରପନ୍ଥୀମାନେ ମଣିପୁରରେ ପ୍ରବେଶ ଲାଗି ଉଦ୍ୟମ କରୁଛନ୍ତି। ମ୍ୟାନ୍‌ମାରର କେତେକ ନାଗରିକ ମିଜୋରାମ ଓ ମଣିପୁରରେ ଆଶ୍ରୟ ନେଇଥିବା ସେନାମୁଖ୍ୟ ପ୍ରକାଶ କରିଥିଲେ।

Share