CORONAVIRUS UPDATE: ରାଜ୍ୟରୁ ଆଜି ୪୧୮୦ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୭୧ ହଜାର ଟପିଲା

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଶୁକ୍ରବାର ମୋଟ୍‌ ୩୦ ଜିଲାରୁ ୪,୧୮୦ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୭୧,୩୪୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨,୪୬୬ଜଣ ଚିହ୍ନଟ ହୋଇଥିବା ବେଳେ ୧୭୧୪ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୬୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୯୨ ଏବଂ ଯାଜପୁରରୁ ୧୮୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧୫୫, ବାଲେଶ୍ୱର ୧୩୩, ବରଗଡ଼ ୧୦୦, ଭଦ୍ରକ ୮୧, ବଲାଙ୍ଗୀର ୭୩, ବୌଦ୍ଧ ୫୬, ଦେବଗଡ଼ ୧୦, ଢେଙ୍କାନାଳ ୬୭, ଗଜପତି ୨୫, ଗଞ୍ଜାମ ୫୮, ଜଗତସିଂହପୁର ୧୨୩, ଝାରସୁଗୁଡ଼ା ୮୩, କଳାହାଣ୍ଡି ୬୭, କନ୍ଧମାଳ ୭୭, କେନ୍ଦ୍ରାପଡ଼ା ୧୨୧, କେନ୍ଦୁଝର ୭୩, କୋରାପୁଟ ୯୯, ମାଲକାନଗିରି ୫୩, ମୟୂରଭଞ୍ଜ ୧୬୩, ନବରଙ୍ଗପୁର ୭୩, ନୟାଗଡ଼ ୫୪, ପୁରୀ ୧୬୬, ନୂଆପଡ଼ା ୫୪, ରାୟଗଡ଼ା ୧୬୦, ସମ୍ବଲପୁର ୧୨୭, ସୋନପୁର ୬୨ ଏବଂ ସୁନ୍ଦରଗଡ଼ରୁ ୧୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧, ୭୧,୩୪୧ରେ ପହଞ୍ଚିଥିବା ବେଳେ ୧,୩୩,୪୬୬ଜଣ ସୁସ୍ଥ ହୋଇଛନ୍ତି। ୩୭,୧୪୦ ଜଣ ଚିକିତ୍ସିତ ହେଉଛନ୍ତି। ୬୮୨ ଜଣଙ୍କ ମୃତ୍ୟୁ ଘଟିଛି।

Share