୨୬ ମନ୍ଦିରର ନବୀକରଣରେ ଖର୍ଚ୍ଚ ହେବ ୪୨ କୋଟି ୪୯ ଲକ୍ଷ ଟଙ୍କା

ଛତ୍ରପୁର,୫ା୧୦(ଦିଲ୍ଲୀପ ସାମଲ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ ପାଣ୍ଡିଆନ ଗଞ୍ଜାମ ଜିଲାକୁ ଅଗଷ୍ଟ ୨୫ ରୁ ୨୭ ତିନି ଦିନ ହିଞ୍ଜିଳି ବ୍ୟତୀତ ୧୨ଟି ନିର୍ବାଚନ ମଣ୍ଡଳୀ ପରିଦର୍ଶନ କରି ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ଯେଉଁ ସବୁ ଅଭିଯୋଗପତ୍ର ସେ ନେଇଯିବା ସହ ଏହାର ସମାଧନ ତୁରନ୍ତ ହେବ ଏବଂ ଅଭିଯୋଗପତ୍ରର ଉତ୍ତର ତୁରନ୍ତ ମିଳିବ ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ। ଏହି ପରିପ୍ରେକ୍ଷୀରେ ମନ୍ଦିର ପାଇଁ ବହୁ ଆବେଦନ ଆସିଥିବା ବେଳେ ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ୧୨ଟି ନିର୍ବାଚନମଣ୍ଡଳୀର ୨୬ଟି ପ୍ରମୁଖ ମନ୍ଦିର ପ୍ରକଳ୍ପର ଅନୁମୋଦିତ ପାଇଁ ପଦକ୍ଷେପ ନିଆଯାଇଛି। ଏହି ମନ୍ଦିରଗୁଡ଼ିକର ମରମତି ଓ ନବୀକରଣ ପାଇଁ ୪୨କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜିଲାସ୍ତରରୁ ଆକଳନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ନିମନ୍ତେ ଅର୍ଥରାଶି ଅନୁମୋଦନ ପାଇଁ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ପ୍ରକଳ୍ପ ଲାଗି ଅନୁଦାନ ମଞ୍ଜୁର ହେବା ପରେ ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ସୂଚନା ମିଳିଛି ।

ସେଥିମଧ୍ୟରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ମନ୍ଦିର ସୁନ୍ଦରେଶ୍ୱର ମନ୍ଦିର, ମା’ ରାମଚଣ୍ଡୀ ମନ୍ଦିର ଓ ବଟେଶ୍ୱର ମନ୍ଦିର ରହିଛି। ମନ୍ଦିରର ମରମତି ଓ ନବୀକରଣ ପାଇଁ ଖର୍ଚ୍ଚ ହେବ ୫କୋଟି ୨୦ ଲକ୍ଷ ଟଙ୍କା। ସେହିପରି ସୁନ୍ଦରେଶ୍ୱର ମନ୍ଦିର ଓ ବଟେଶ୍ୱର ପାଇଁ ୧ କୋଟି ୫୦ ଲକ୍ଷ ଏବଂ ରାମଚଣ୍ଡୀ ମନ୍ଦିର ପାଇଁ ୨ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସେହିପରି ସାନଖେମୁଣ୍ଡି ବ୍ଲକର ମା’ ରତନେଇ ମନ୍ଦିର ପାଇଁ ୧ କୋଟି ୩୦ ଲକ୍ଷ, ଧରାକୋଟ ଜଗନ୍ନାଥ ମନ୍ଦିର ପାଇଁ ୨ କୋଟି, ଗୋପାଳପୁର ନିର୍ବାଚନ ମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକର ପଞ୍ଚମା ଗଣେଶ ମନ୍ଦିର ପାଇଁ ୧କୋଟି ୪୦ ଲକ୍ଷ, ଧବଳେଶ୍ୱର ୧ କୋଟି ୮୮ଲକ୍ଷ, ସିଦ୍ଧଭୈରବୀ ମନ୍ଦିର ପାଇଁ ୧କୋଟି ୭୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଲକର ଭୈରବୀ ମନ୍ଦିର ପାଇଁ ୧କୋଟି ୯୫ ଲକ୍ଷ ଓ ଚିକିଟି ବ୍ଲକ ବାଳକୁମାରୀ ମନ୍ଦିର ୧କୋଟି ୯୦ ଲକ୍ଷ ବ୍ୟୟବରାଦ ହୋଇଛି। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ବ୍ଲକର ମା’ ନିଜବାଙ୍କେଶ୍ୱରୀ ମନ୍ଦିର ୧ କୋଟି ୮୬ ଲକ୍ଷ ଓ କୁକୁଡ଼ାଖଣ୍ଡି ବ୍ଲକର ମହୁରିକାଳୁଆ ମନ୍ଦିର ୧କୋଟି ୭୬ ଲକ୍ଷ, ସୋରଡା ନିର୍ବାଚନ ମଣ୍ଡଳୀର ମା’ କୁଣ୍ଟେଶ୍ୱରୀ ମନ୍ଦିର ପାଇଁ ୧ କୋଟି ୮୦ ଲକ୍ଷ ଓ ବେଲଗୁଣ୍ଠା ବ୍ଲକର ବ୍ରାହ୍ମଣଦେବୀ ମନ୍ଦିର ପାଇଁ ୧ କୋଟି ୨୦ ଲକ୍ଷ, ଭଞ୍ଜନଗର ବ୍ଲକ ଜଗନ୍ନାଥ ମନ୍ଦିର ଓ ମା ବାଘ୍ୟଦେବୀ ମନ୍ଦିର ୧ କୋଟି ୮୮ ଲକ୍ଷ ଏବଂ ଜଗନ୍ନାଥପ୍ରସାଦ ବ୍ଲକର ଧବଳେଶ୍ୱର ମନ୍ଦିର ୧କୋଟି ୧୦ ଲକ୍ଷ, ଆସିକା ନିର୍ବାଚନ ମଣ୍ଡଳୀର ମା’ ଖମ୍ବେଶ୍ୱରୀ ମନ୍ଦିର ୧କୋଟି ୮ଲକ୍ଷ ଓ କେଏସ ନଗର ସିଦ୍ଧେଶ୍ୱର ମନ୍ଦିରର ୧କୋଟି ୩୦ଲକ୍ଷ, ପୋଲସରା ବ୍ଲକର ମାର୍ଦା ଜଗନ୍ନାଥ ମନ୍ଦିର ୧କୋଟି ୯୮ଲକ୍ଷ, ବୁଗୁଡା ବ୍ଲକର ବୁଦ୍ଧଖୋଲ ମନ୍ଦିର ପାଇଁ ୧କୋଟି ୯୫ ଲକ୍ଷ ଓ ମା’ ଶାଙ୍କୁଲେଇ ମନ୍ଦିର ୧କୋଟି ୮୮ ଲକ୍ଷ, ଖଲ୍ଲିକୋଟ ବ୍ଲକର ନାରାୟଣୀ ମନ୍ଦିର ପାଇଁ ୧କୋଟି ୯୫ ଲକ୍ଷ ଓ ପୁରୁଷୋତ୍ତମପୁର ବ୍ଲକର ତୁମ୍ବେଶ୍ୱର ମନ୍ଦିର ୧କୋଟି ୨୦ ଲକ୍ଷ, ଗୁପ୍ତେଶ୍ୱର ମନ୍ଦିର ପାଇଁ ୧ କୋଟି ୧୮ ଲକ୍ଷ ଟଙ୍କା, ବିସୂର୍ଯ୍ୟନଗରର ଆଠଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୧ କୋଟି ୯୮ ଲକ୍ଷ , ବେଲଗୁଣ୍ଠା ବ୍ଲକର ସିଦ୍ଧେଶ୍ୱର ମନ୍ଦିରର ମରମତି ଓ ନବୀକରଣ ପାଇଁ ୯୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ୧୫ ତାରିଖରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ସୁରକ୍ଷା ପାଇଁ ନେଲେ ଶପଥ

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଧର୍ମଗଡ଼ ବନାଞ୍ଚଳ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ୧୨ହଜାର ୭ ଶହ ୨୨ହେକ୍ଟର ପରିମିତ ଅଞ୍ଚଳରେ ରହିଥିବା ବେଳେ କଳାହାଣ୍ଡି,...

ଗାଡ଼ି ଯାଞ୍ଚବେଳେ ଧରାପଡ଼ିଲେ ଦମ୍ପତ୍ତି

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ ): ସ୍କୁଟିରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗରେ ବ୍ରାହ୍ମଣୀଗାଁ ପୋଲିସ ସ୍ବାମୀ ଏବଂ ସ୍ତ୍ରୀଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ, ବ୍ରାହ୍ମଣୀଗାଁ...

ରାସ୍ତା ପାରି ହେଉଥିବା ବେଳେ ମାଡ଼ି ଗଲା ଗାଡ଼ି, ଆଉ ତା’ପରେ…

କୋକସରା,୨୭।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବିଜୁ ଏକ୍ସପ୍ରେସ ୱେ କଳାହାଣ୍ଡି ଜିଲା କୋକସରା ଥାନା ବେହେରା ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ପୁଣି ବାଜି ମାରିନେଲା ଭୁବନେଶ୍ୱର: କେନ୍ଦ୍ର ସରକାର ଦେଲେ ”ସର୍ବଶ୍ରେଷ୍ଠ ଜନସାଧାରଣ ପରିବହନ ବ୍ୟବସ୍ଥା” ପୁରସ୍କାର

ଗାନ୍ଧିନଗର, ୨୭ା୧୦: ଗୁଜରାଟର ଗାନ୍ଧିନଗର ଠାରେ ତିନି ଦିନିଆ ୧୭ ତମ ସହରୀ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଏବଂ ପ୍ରଦର୍ଶନୀ ଆରମ୍ଭ ହୋଇଯାଇଛି। ଏହି...

ପୂର୍ବଶତ୍ରୁତାରୁ ବୋମାମାଡ଼: ଜେଲ ଫେରନ୍ତା ଫିଙ୍ଗିଥିଲେ ବୋମା, ସମସ୍ତ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଘଟିଥିବା ବୋମାମାଡ ପୂର୍ବଶତ୍ରୁତାକୁ ନେଇ ଘଟିଥିବା ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।...

ସୁଧୁରୁନି ସମସ୍ୟା: ପୁଣି ଖଟିଆରେ ବୁହାହୋଇ ଆସିଲେ ରୋଗୀ

ନୂଆପଡ଼ା,୨୭।୧୦ (ମକାରୁ ବେମାଲ): ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ। ଫଳରେ ରୋଗୀଙ୍କୁ ୨କି.ମି. ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିଲା।...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବାତ୍ୟାଞ୍ଚଳ ପରିଦର୍ଶନ: ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ଵର, ୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଅପରାହ୍ଣରେ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ପାରାଦୀପ,...

ନଭେମ୍ବର ୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ପୁରୀ,୨୭।୧୦: ନୂଆ ଟେଣ୍ଡର ପାଇଥିବା କମ୍ପାନୀ ବିରୋଧରେ ପୁରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ରବିବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri