ରାଜ୍ୟରେ ଆଉ ୪୨ ମୁଣ୍ଡ ନେଲା କରୋନା; ଖୋର୍ଦ୍ଧା-ବରଗଡ଼ରୁ…

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜ୍ୟରେ କରୋନାରେ ଆଉ ୪୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮ ଜଣ ଥିବା ବେଳେ ବରଗଡ଼ରୁ ୫, ସୁନ୍ଦରଗଡ଼ରୁ ୪, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଗଞ୍ଜାମରୁ ୩ ଜଣ ଲେଖାଏ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ପୁରୀ ଓ ନୟାଗଡ଼ରୁ ୨ ଜଣ ଲେଖାଏ ଏବଂ କେନ୍ଦୁଝର ଜିଲାରୁ ଜଣେ ଅଛନ୍ତି।

ଖୋର୍ଦ୍ଧା ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୫୨, ସୁନ୍ଦରଗଡ଼ରେ ୩୬୭, ଅନୁଗୋଳରେ ୧୮୨, ଢେଙ୍କାନାଳରେ ୭୪, ଗଞ୍ଜାମରେ ୩୪୮, ଜଗତସିଂହପୁରରେ ୭୭୭, ଯାଜପୁରରେ ୪୪, ଝାରସୁଗୁଡ଼ାରେ ୧୨୮, କଳାହାଣ୍ଡିରେ ୧୭୪, କେନ୍ଦୁଝରରେ ୭୪, ନୟାଗଡ଼ ୧୦୭, ପୁରୀରେ ୨୪୨ ଓ ସମ୍ବଲପୁର ଜିଲାରେ ୧୩୦କୁ ବୃଦ୍ଧି ପାଇଛି।

Share