୪୨ ପ୍ରତିଶତ ଜାପାନୀ ମହିଳାଙ୍କର ହେବେନି କୌଣସି ସନ୍ତାନ…

ଟୋକିଓ,୯।୮ : ସରକାରୀ ଅନୁସନ୍ଧାନ ଗୋଷ୍ଠୀ ଦ୍ୱାରା ପ୍ରକାଶିତ ଆକଳନକୁ ଦର୍ଶାଇ ନିକ୍କି ଖବରକାଗଜ ରିପୋର୍ଟ କରିଛି ପ୍ରାୟ ୪୨ ପ୍ରତିଶତ ବୟସ୍କ ଜାପାନୀ ମହିଳା ଭବିଷ୍ୟତରେ କଦାପି ସନ୍ତାନ ଜନ୍ମ କରି ନ ପାରନ୍ତି।

୨୦୦୫ରେ ଜନ୍ମ ହୋଇଥିବା ଏକ ଚତୁର୍ଥାଂଶ ମହିଳାଙ୍କର ସନ୍ତାନ ନ ହେବାର ଆଶଙ୍କା ଅଧିକ। ଜାପାନର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ପପୁଲେଶନ ଆଣ୍ଡ ସୋସିଆଲ ସିକ୍ୟୁରିଟି ରିସର୍ଚ୍ଚ ଦ୍ୱାରା ମିଡପଏଣ୍ଟ ଆକଳନ ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶଙ୍କର ସନ୍ତାନ ଜନ୍ମ କରିବାର କ୍ଷମତା ଥିବା ଖବରକାଗଜ ବୁଧବାର ରିପୋର୍ଟ କରିଛି।

ଜାପାନରେ ବୃଦ୍ଧଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ହେବାରେ ଲାଗିଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ସାତ ବର୍ଷ ଧରି ଦେଶରେ ଶିଶୁ ଜନ୍ମହାର କମ ରହିଛି। ଗତ ବର୍ଷ ଏହାର ରେକର୍ଡ ଇତିହାସରେ ସବୁଠାରୁ କମ ଜନ୍ମ ହାର ରହିଥିଲା। ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ଦେଶରେ ମାନବ ସମ୍ବଳର ଆବଶ୍ୟକତା ରହିଛି। କମ କରଦାତାମାନଙ୍କ ସହିତ ଜାପାନ ଏବେ ବିଶ୍ୱର ସବୁଠାରୁ ଋଣଗ୍ରସ୍ତ ଦେଶମାନଙ୍କ ମଧ୍ୟରେ ଏକ ସ୍ଥାନ ହାସଲ କରିଛି।

ରିପୋର୍ଟ ଅନୁଯାୟୀ ପୁରୁଷଙ୍କ ପାଇଁ ସନ୍ତାନହୀନତା ଶତକଡ଼ା ଅଧିକ ରହିଛି। ପ୍ରାୟ ୫୦ ପ୍ରତିଶତ ଲୋକଙ୍କର ସନ୍ତାନ ଜନ୍ମ ହୋଇ ନାହିଁ।

Share