୪୨ ବିଭାଗର ଖର୍ଚ୍ଚଦାବି ପାରିତ

ଭୁବନେଶ୍ୱର, ୧।୧୦(ସୁନିତ୍‌ ମିଶ୍ର)ବିଧାନସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶନିବାର ପଞ୍ଚାୟତିରାଜ ଏବଂ ସ୍କୁଲ ଓ ଗଣଶଷିକ୍ଷା ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାକରି ପାରିତ କରାଯାଇଛି। ଗତ ୨୮ରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ତେବେ ଅନାଲୋଚିତ ଭାବେ ୪୦ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଜରିଆରେ ପାରିତ ହୋଇଯାଇଛି।

ବିଧାନସଭା ଆରମ୍ଭ ହେବା ମାତ୍ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୟୂରଭଞ୍ଜ ଜିଲାର ରବିନାରାୟଣ ଦାଶ ଓ ରେବତୀ ଦାଶଙ୍କ ପାଇଁ ଶୋକବାର୍ତ୍ତା ଜଣାଇଥିଲେ। ଭାଜପାର ୨ ବିଧାୟକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ଦାବିରେ ଗୃହରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ପଏଣ୍ଟ ଅଫ୍‌ ଅର୍ଡର ଆଣି କହିଥିଲେ, ବିଜେଡି-ଭାଜପା ସଦସ୍ୟଙ୍କ ହୋହଲ୍ଲାରୁ ଗୃହ ବାରମ୍ବାର ବନ୍ଦ ହେଉଛି। ଆନ୍ଦୋଳନରତ ସରପଞ୍ଚ, ସମିତି ସଭ୍ୟ, ଆଶା, ଅଙ୍ଗନଓ୍ବାଡି କର୍ମୀଙ୍କ କଥା ଆଲୋଚନା କରିହେଉ ନାହିଁ। ସନ୍ତୋଷ ସିଂ ସାଲୁଜା ପଏଣ୍ଟ ଅଫ୍‌ ଅର୍ଡର ଆଣି କହିଥିଲେ, ପ୍ରାଥମିକ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ୬ ବର୍ଷ ଚାକିରି ପୂରଣ ହୋଇସାରିଥିବା ଶିକ୍ଷକଙ୍କୁ ସ୍ଥାୟୀ କରାଯାଉ। ଆନ୍ଦୋଳନକାରୀଙ୍କ ସମସ୍ୟା ସଂସଦୀୟ ବ୍ୟାପାର ବିଭାଗକୁ ପଠାଯାଉ। ବିରୋଧୀ ଦଳ ସଦସ୍ୟ ଜୋର୍‌ଦାର ବିରୋଧ ପ୍ରଦର୍ଶନ କରିବାରୁ ବାଚସ୍ପତି ପ୍ରମିଳା ମଲ୍ଲିକ ୪ଟା ୯ରୁ ୫ଟା ୯ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକକୁ ବିରୋଧୀ ଦଳର ନେତା, କଂଗ୍ରେସ ବିଧାୟକ ଦଳ ନେତା, ଅର୍ଥମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ, ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ସ୍ବାଧୀନ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ନିମନ୍ତ୍ରଣ କରିଥିଲେ। ମୁଲତବୀ ସମୟକୁ ପ୍ରଥମେ ୫ଟା ୯ରୁ ୧୫ ମିନିଟ୍‌ ବୃଦ୍ଧି କରାଯିବା ନେଇ ଉପବାଚସ୍ପତି ରଜନୀକାନ୍ତ ସିଂ ଘୋଷଣା କରିଥିଲେ। ପୁଣିଥରେ ଉପବାଚସ୍ପତି ବାହାରକୁ ଆସି ୫ଟା ୨୪ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ।

ବୈଠକ ପରେ ବାଚସ୍ପତି ଶାସକ ଦଳ ସଦସ୍ୟ ଅରୁଣ କୁମାର ସାହୁ ଙ୍କ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍‌ ଦିଆଯାଇଥିବା କହିଥିଲେ। ନରସିଂହ ମିଶ୍ର ଭାଜପା ସଦସ୍ୟ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗୃହ ମଧ୍ୟଭାଗକୁ ଆସି ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବକ ଅସଦାଚରଣ ପ୍ରଦର୍ଶନକରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗର ପରୀକ୍ଷା କରିବା ଲାଗି ଗଠନ କରାଯାଇଥିବା ସ୍ବତନ୍ତ୍ର କମିଟି ରିପୋର୍ଟକୁ ଗୃହରେ ଉପସ୍ଥାପିତ କରିଥିଲେ।

ପଞ୍ଚାୟତିରାଜ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ କରାଯାଇଥିଲା। ନରସିଂହ ପୁଣି ପଏଣ୍ଟ ଅଫ୍‌ ଅର୍ଡର ଆଣି କହିଥିଲେ, ଏ ଗୃହ କାର୍ଯ୍ୟ ଯେପରି ଚାଲିବା କଥା ସେଭଳି ଚାଲୁନାହିଁ। ତେଣୁ କଂଗ୍ରେସ ସଦସ୍ୟ ଗୃହ ତ୍ୟାଗ କରୁଛନ୍ତି। ଏହା କହି କଂଗ୍ରେସର ସବୁ ସଦସ୍ୟ ବିଧାନସଭାରୁ ଚାଲିଯାଇଥିଲେ। ଜୟନାରାୟଣ ମିଶ୍ର ପଏଣ୍ଟ ଅଫ୍‌ ଅର୍ଡର ଆଣି କହିଥିଲେ, ବାଚସ୍ପତିଙ୍କ ଆସନକୁ ଆମର ଯଥେଷ୍ଟ ସମ୍ମାନ ରହିଛି। ଶାସକ ଦଳ ସଦସ୍ୟ ଅରୁଣ ସାହୁ ଗୃହର ୨ ବରିଷ୍ଠ ସଦସ୍ୟଙ୍କୁ ଆକ୍ଷେପକରି କହିଥିବା ବକ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍‌ ଦିଆଯାଇଥିବାରୁ ଧନ୍ୟବାଦ। ହେଲେ ଏହା ଯଥେଷ୍ଟ ନୁହେଁ, ସେ ଗୃହରେ କ୍ଷମା ମାଗିବାର ଆବଶ୍ୟକତା ଥିଲା। ହେଲେ ୨ ଭାଜପା ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ସେହି ଦୁଇ ସଦସ୍ୟଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ଗୃହକୁ ସୁରୁଖୁରୁରେ ଚଲାଯାଉ। ଏଥିରେ ବିରୋଧୀ ଦଳ ସହଯୋଗ କରିବା ସହ ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ସମ୍ପର୍କରେ ମିଳିତ ଭାବେ ଆଲୋଚନାକରି ଏହାର ସମାଧାନ କରାଯିବ। ବିରୋଧୀ ପୁଣି ଥରେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା ଆରମ୍ଭ କରିଦେଇଥିଲେ। ବାଚସ୍ପତି ପଞ୍ଚାୟତିରାଜ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ସମ୍ପର୍କରେ ଆଲୋଚନା କରିଥିବା ବେଳେ ଅନ୍ୟ ସବୁ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ ମାଧ୍ୟମରେ ପାରିତ କରି ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri