Categories: ଜାତୀୟ

ଦେଶରେ ସ୍ଥାପିତ ହେବ ୪୨୦ ଇ-ହସ୍ପିଟାଲ

ନୂଆଦିଲ୍ଲୀ,୧୦।୨: ଦେଶରେ ଡିଜିଟାଲ ଇଣ୍ଡିଆ ପ୍ରୟାସ ଅନ୍ତର୍ଗତ ୪୨୦ ଇ- ହସ୍ପିଟାଲ ସ୍ଥାପନ କରାଯିବ। କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଏହା ପରିଚାଳିତ ହେବ ବୋଲି ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ବୁଧବାର ପ୍ରକାଶ କରିଛନ୍ତି। ଏହା ଦ୍ୱାରା ରୋଗୀଙ୍କ ବହୁ ସମସ୍ୟା ଘରେ ବସି ସମାଧାନ ହୋଇପାରିବ। ସ୍ବାସ୍ଥ୍ୟ ସେବା ଏହା ଯୋଗୁ ଅଧିକ ସହଜ ହୋଇପାରିବ। ସେମାନଙ୍କୁ ଏଥିପାଇଁ ହସ୍ପିଟାଲରେ ଆଉ ଘଣ୍ଟା ଘଣ୍ଟା ପ୍ରତୀକ୍ଷା କରିବାକୁ ପଡ଼ିବ ନାହିଁ। ୨୦୧୫ ସେପ୍ଟେମ୍ବରଠାରୁ ଇତିମଧ୍ୟରେ ଏକ୍ଷେତ୍ରରେ ୧୮.୩୭ କୋଟି ଟଙ୍କାର କାରବାର ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଡାକ୍ତର ସିଧାସଳଖ ରୋଗୀଙ୍କ ସହିତ ଡିଜିଟାଲ ପ୍ଲାଟର୍ଫମରେ ଯୋଡ଼ି ହୋଇ ପାରୁଥିବା ସେ କହିଛନ୍ତି।

Share