Categories: ଜାତୀୟ

ଆର୍‌ଆର୍‌ ନଗରରେ ୪୨ ହଜାର ନକଲି ଭୋଟର: ଭାଜପାକୁ ଦୋଷ ଦେଲା କଂଗ୍ରେସ

ବେଙ୍ଗାଲୁରୁ,୩।୧୧: କର୍ନାଟକରେ ମଙ୍ଗଳବାର ଆର୍‌ଆର୍‌ ନଗର(ରାଜରାଜେଶ୍ୱରୀ ନଗର) ଏବଂ ତୁମକୁରର ସିରା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଡି.କେ. ଶିବ କୁମାର ଶାସକ ଭାଜପା ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଆର୍‌ଆର୍‌ ନଗରରେ ଜାଣିଶୁଣି ୪୨ ହଜାର ନକଲି ଭୋଟରଙ୍କୁ ସାମିଲ କରାଯାଇଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି। ଆର୍‌ଆର୍‌ ନଗରର ଭାଜପା ପ୍ରାର୍ଥୀ ଏନ୍‌. ମୁନିରତ୍ନ ଏଭଳି କରିଥିବା ଶିବ କୁମାର କହିଛନ୍ତି। ଏଠାରେ ଗୋଟିଏ ଗୋଟିଏ ପରିବାରରେ ୫୬ ଭୋଟରଙ୍କୁ ଯୋଡ଼ା ଯାଇଛି। ସ୍ଥାନୀୟ ପ୍ରଶାସନ ଏଥିରେ ସହାୟତା କରିଥିବା ସେ ପ୍ରକାଶ କରିଛନ୍ତି। ଏବେ ଶିବ କୁମାରଙ୍କ ଏଭଳି ଅଭିଯୋଗ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share