CORONAVIRUS UPDATE: ରାଜ୍ୟରୁ ଆଜି ସର୍ବାଧିକ ୪୨୪୧ ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬୭ ହଜାର ଟପିଲା

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଗୁରୁବାର ମୋଟ୍‌ ୩୦ ଜିଲାରୁ ୪,୨୪୧ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧, ୬୭, ୧୬୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨,୫୦୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୭୩୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧା ଜିଲାରୁ ୬୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୮୯ ଏବଂ ପୁରୀରୁ ୨୯୧ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୮୪, ବାଲେଶ୍ୱର ୧୪୧, ବରଗଡ଼ ୧୪୯, ଭଦ୍ରକ ୭୨, ବଲାଙ୍ଗୀର ୪୪, ବୌଦ୍ଧ ୯୪, ଦେବଗଡ଼ ୬, ଢେଙ୍କାନାଳ ୮୬, ଗଜପତି ୨୩, ଗଞ୍ଜାମ ୭୫, ଜଗତସିଂହପୁର ୧୨୬, ଯାଜପୁର ୧୫୦, ଝାରସୁଗୁଡ଼ା ୧୧୧, କଳାହାଣ୍ଡି ୧୧୪, କନ୍ଧମାଳ ୧୧୬, କେନ୍ଦ୍ରାପଡ଼ା ୧୦୩, କେନ୍ଦୁଝର ୭୭, କୋରାପୁଟ ୯୮, ମାଲକାନଗିରି ୨୮, ମୟୂରଭଞ୍ଜ ୧୪୭, ନବରଙ୍ଗପୁର ୧୦୭, ନୟାଗଡ଼ ୯୪, ପୁରୀ ନୂଆପଡ଼ା ୯୯, ରାୟଗଡ଼ା ୬୬, ସମ୍ବଲପୁର ୯୧, ସୋନପୁର ୧୨୯ ଏବଂ ସୁନ୍ଦରଗଡ଼ରୁ ୧୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ରେ ପହଞ୍ଚିଥିବା ବେଳେ ୧,୨୯,୮୫୯ଜଣ ସୁସ୍ଥ ହୋଇଛନ୍ତି। ୩୬,୫୮୦ ଜଣ ଚିକିତ୍ସିତ ହେଉଛନ୍ତି।

Share