୪୨୮୯ ଟୋକନ ବାତିଲ ନେଇ ପ୍ରତିବାଦ

ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲାରେ ୪ ହଜାର ୨୮୯ ଚାଷୀଙ୍କ ଟୋକନ ବାତିଲ ହେବା ପରେ ପ୍ରତିବାଦ ବଢ଼ିଥିଲା । ତେବେ ଚାଷୀଙ୍କ ବିରୋଧ ପୂର୍ବରୁ ଜିଲା ପ୍ରଶାସନ ନିଜର ତ୍ରୁଟି ସଂଶୋଧନ କରି ନେଇଛି । ଏବେ ପ୍ରାୟ ୩ ହଜାର ଚାଷୀଙ୍କ ଟୋକନ ଆସିଥିବା ଜଣାପଡିଛି । ଏନେଇ ଗୁରୁବାର ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଖବରଦାତା ସମ୍ମିଳନୀ କରାଇ ପ୍ରଶାସନର ତ୍ରୁଟିକୁ ସ୍ବୀକାର କରିଛନ୍ତି । ଜିଲାପାଳଙ୍କ ସୂଚନା ଅନୁସାରେ ସାଟେଲାଇଟ ସର୍ଭେରେ ଜିଲାର ୪୯ ହଜାର ୪୧୪ ପ୍ଲଟରେ ଧାନ ଚାଷ ହୋଇ ନାହିଁ। ସମ୍ପୃକ୍ତ ଜମି ଚାଷ ହୋଇ ନ ଥାଇପାରେ ଅଥବା ଅନ୍ୟ କୌଣସି ଫସଲ ହୋଇଥାଇପାରେ। ଏପରି ଅଭିଯୋଗ ମିଳିବା ପରେ ଏହାର ଯାଞ୍ଚ କରାଯାଇଥିଲା । ଏଥିରୁ ୪୭ ହଜାର ୫୫୨ ପ୍ଲଟ୍‌ ଯାଞ୍ଚ ହୋଇ ସାରିଛି। ଅବଶିଷ୍ଟ ୧୮୬୨ ପ୍ଲଟ ଯାଞ୍ଚ ହେବ । ଏଭଳି ସ୍ଥଳେ ଜିଲାର ୪ ହଜାର ୨୮୯ ଚାଷୀଙ୍କର ଟୋକନ ବାତିଲ ହୋଇ ଯାଇଥିଲା । ଜିଲାପାଳ ଉଦାହରଣ ଦେଇ କହିଥିଲେ ରେଣୁ ରାଉତ ନାମକ ଜଣେ ଚାଷୀଙ୍କର ୭୫ କୁଇଣ୍ଟାଲ ଧାନ କିଣିବାକୁ ମେସଜ ଆସିଥିଲା । ଫେବୃୟାରୀ ୫ ଥିଲା ଧାନକିଣାର ଶେଷ ତାରିଖ । ତେବେ ଟୋକନ ବାତିଲ ହୋଇ ଯିବାରୁ ସମସ୍ୟା ଦେଖା ଦେଇଥିଲା । ପ୍ରଶାସନର ତ୍ରୁଟି ଆମେ ଜାଣିବାରୁ ଏହାକୁ ସଂଶୋଧନ କରି ନିଆଯାଇଛି । ରେଣୁ ରାଉତଙ୍କର ଟୋକନରେ ତାରିଖ ଫେବୃୟାରୀ ୧୧ ହୋଇଛି । ଟୋକନ କାମ କରିଛି । ଧାନ ପରିମାଣ ସମାନ ରହିଛି । ସେହିପରି ଅନ୍ୟ ଚାଷୀମାନଙ୍କର ତ୍ରୁଟି ସଂଶୋଧନ ହୋଇଛି ଓ ଚାଲୁ ରହିଛି । ତେବେ ତ୍ରୁଟି ହୋଇ ନ ଥିବା ଚାଷୀଙ୍କ ଏହା ସଂଶୋଧନ ହେବନି ବୋଳି ଜିଲାପାଳ କହିଛନ୍ତି ।
ଅଭାବୀଧାନ ବିକ୍ରି ବଢ଼ିବ: ଅଭାବୀ ଧାନ ବିକ୍ରୀ ରୋକିବାକୁ ପ୍ରଶାସନର ପଦକ୍ଷେପ ନ ଥିବା ଜିଲାପାଳଙ୍କ ସୂଚନା ପରେ ଜଣାପଡିଛି । ଜିଲାପାଳଙ୍କ ସୂଚନା ଅନୁସାରେ ୧ ଏକର ଜଳସେଚିତ ଜମିରୁ ୧୯ କୁଇଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୩ କୁଇଣ୍ଟାଲ ସରକାର ନେଉଛନ୍ତି । ଗୋଟିଏ ଏକରରୁ ୨୦ ରୁ ୨୨ କୁଇଣ୍ଟାଲ ଧାନ ଫଳୁଛି । ସରକାର ଏକର ପିଛା ୧୪ କୁଇଣ୍ଟାଲ ଧାନ କିଣୁଥିବାରୁ ଚାଷୀ ପାଖରେ ଧାନ ବଳକା ରହୁଛି । ଚାଷୀ ବଳକା ଧାନ କାହାକୁ ବିକିବ, ସେ କ’ଣ କରିବ ପ୍ରଶାସନ କିଛି କରି ପାରିବନି । ଏଣୁ ଅଭାବୀ ଧାନ ବିକ୍ରି କହି ଚଢ଼ାଉ କରିବା ଠିକ ହେବନି। ଏ ଦିଗରେ ଚଢ଼ାଉ ପାଇଁ ବ୍ୟବସ୍ଥା ନାହିଁ ବୋଲି ଜିଲାପାଳ କହିଥିଲେ । ଜିଲାପାଳଙ୍କ ସୂଚନା ପରେ ଧାନ ବ୍ୟବସାୟୀ ଓ ମିଲର ମାନେ ସେମାନଙ୍କର ଚୋରା ଲୁଚା ଧାନ କିଣାକୁ ଏବେ ଅବାଧରେ କରିବାକୁ ଯାଉଛନ୍ତି ବୋଲି କିଛି ଚାଷୀ ମନ୍ତବ୍ୟ ଦେଇଛନ୍ତି । ଯାହା ଅଭାବୀ ଧାନ ବିକ୍ରୀକୁ ପ୍ରୋସତ୍ାହନ ଦେବ।
୬ ଲକ୍ଷ କୁଇଣ୍ଟାଲ ଚାଉଳ ଆବଶ୍ୟକ: ନୟାଗଡ଼ ଜିଲାରେ ଖାଦ୍ୟ ସୁରକ୍ଷା ଯୋଜନା ସମେତ ରାଶନ କାର୍ଡରେ ଚାଉଳ ଯୋଗାଣ ପାଇଁ ବର୍ଷକୁ ୬ ଲକ୍ଷ କୁଇଣ୍ଟାଲ ଚାଉଳର ଆବଶ୍ୟକତା ରହିଛି। ଜିଲାରେ ୧୪ ଲକ୍ଷ କୁଇଣ୍ଟାଲ ଚାଉଳ ମିଲରମାନେ ଦେଉଥିବାରୁ ସମ୍ବଲପୁରକୁ ୫ ଲକ୍ଷ କୁଇଣ୍ଟାଲ ଧାନ ଗଲେ କିଛି ସମସ୍ୟା ଦେଖା ଦେବନି । କଟନୀଛଟନୀ ଉପରେ ଜିଲାପାଳ କହିଥିଲେ ଏହା ଠିକ ନୁହେଁ। ଏପରି ନ କରିବାକୁ ନିର୍ଦ୍ଦେଶ ରହିଛି। ଯେଉଁଠି କଟ୍‌ନୀଛଟନୀ ପ୍ରସଙ୍ଗ ଉଠିବ ସେଠାକୁ ଧାନର ମାନ ପରୀକ୍ଷଣ ପାଇଁ ଟିମ୍‌ ପଠାଯିବ। ତେବେ କାର୍ଯ୍ୟାନୁଷ୍ଠାନ ନେଇ କିଛି କହି ନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଶକ୍ତିକାନ୍ତ ରାୟ, ଜିଲା ଯୋଗାଣ ଅଧିକାରୀ ତିଳୋତମା ପ୍ରଧାନ, ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଶୋଭରାଜ ସାମନ୍ତରାୟ ଓ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ସରକାର ଆଣିବେ ନୂଆ ଯୋଜନା

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନ ଘୋଷଣା ପରେ, କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଆଶା ପୁଣି ଥରେ ବୃଦ୍ଧି ପାଇଛି। ଚଳିତ ବର୍ଷ ଜାନୁଆରୀରେ,...

ଥାନା ସ୍ଥାପନ ଦାବି ତେଜିଲା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମରେ ଥାନା କିମ୍ବା ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସରକାରଙ୍କ...

US-China Tariff War: ଟାରିଫ୍‌ ଯୁଦ୍ଧ ମଧ୍ୟରେ ଟ୍ରମ୍ପକୁ ଝଟ୍‌କା ଦେଲା ଚାଇନା

ବେଜିଂ,୧୫।୪: ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟାରିଫ୍‌ ଓ୍ବାର୍‌ କବଳରେ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ପଡ଼ିଯାଇଛି। ଆମେରିକୀୟ କମ୍ପାନୀ ବୋଇଂଠାରୁ...

ବାଂଲାଦେଶ ଗସ୍ତ ପାଇଁ କାର୍ଯ୍ୟସୂଚୀ ଘୋଷଣା: ଜାଣନ୍ତୁ କେବେ ଭେଟିବ ଭାରତ

ନୂଆଦିଲ୍ଲୀ,୧୫।୪: ଭାରତୀୟ କ୍ରିକେଟ ଦଳ ଅଗଷ୍ଟରେ ବାଂଲାଦେଶ ଗସ୍ତରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ। ଏହି ଗସ୍ତ ଦିନିକିଆ ସିରିଜ...

ଅଗ୍ନି ସୁରକ୍ଷା ପ୍ରତି ସମର୍ପିତ ହୁଅ

ସମ୍ବଲପୁର,୧୫ା୪(ପ୍ରମୋଦ ବହିଦାର): ସୁରକ୍ଷିତ ମାନବସମ୍ବଳ ଦ୍ୱାରା ଦେଶର ଆର୍ଥତ୍କ ଉନ୍ନତି ଓ ପ୍ରଗତି ସମ୍ଭବ। ସମ୍ବଲପୁର ରିଜର୍ଭ ପୋଲିସ ଲାଇନ୍‌ ପଡ଼ିଆରେ ଜିଲା ଅଗ୍ନିଶମ ବିଭାଗ...

ପାଣି ପାଇଁ ଛଟପଟ ଗ୍ରାମବାସୀ

ଝାରସୁଗୁଡ଼ା,୧୫।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ସଦର ବ୍ଲକ ଅଧୀନ କୁ. କଣ୍ଟାପାଲି ଗ୍ରାମରେ ଥିବା ଜଳ ଯୋଗାଣ ବିଭାଗ ଟ୍ରାନ୍ସଫର୍ମର ଗତ ବୁଧବାର ରାତିଠାରୁ...

ମଦ ଚୋରାଚାଲାଣ ବେଳେ ଧରିଲେ ଗ୍ରାମବାସୀ

ବେହେରା,୧୫ା୪ (ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ବେହେରାଠାରେ ଥିବା ବିଦେଶୀ ମଦ ଦୋକାନର ଦୁଇଜଣ କର୍ମଚାରୀ ବିଦେଶୀ ମଦ ଚୋରା ଚାଲାଣ କରୁଥିବା...

ଅଧିକ ପାଠପଢ଼ି ଭବିଷ୍ୟତ ଉଜ୍ଜ୍ୱଳ ଲାଗି ଆହ୍ବାନ

ଭଞ୍ଜନଗର,୧୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଛାତ୍ରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image