ଭଦ୍ରକ ଅଫିସ, ୧୬ା୭- ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଆଗାମୀ ୧୪ ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବଢ଼ୁଥିବା କାରଣରୁ ପୌରପାଳିକା ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ୧୪ ଦିନ ମଧ୍ୟରେ କାର୍ଯ୍ୟାଳୟ ସାନିଟାଇଜେଶନ୍ କରାଯିବ ବୋଲି କୁହାଯାଇଛି। ଏହି ୧୪ ଦିନ ମଧ୍ୟରେ ପୌରପାଳିକାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବେ ବୋଲି ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ପୌରପାଳିକା କାର୍ଯ୍ୟାଳୟରେ ତାଲା ଝୁଲିବ ବୋଲି ଜଣାପଡ଼ିଛି।