ବଦଳିଲେ ୪୩ଜଣ ବିଡିଓ, ଜାଣନ୍ତୁ ଆପଣଙ୍କ ବ୍ଲକ୍‌ର କିଏ…

ଭୁବନେଶ୍ୱର,୨୬।୯: ଓଏଏସ ସ୍ତରରରେ ବଡ଼ ଧରଣର ଅଦଳବଦଳ କଲେ ସରକାର। ୪୩ଜଣ ବିଡିଓଙ୍କୁ ବଦଳି କରାଯାଇଛି। ଏନେଇ ଗୁରୁବାର ପଞ୍ଚାୟତରାଜ ଓ ପାନୀୟ ଜଳ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଚନ୍ଦ୍ରମଣି ନାଗଙ୍କୁ ରାଜବଡ଼ାସମ୍ବରରୁ ଟିଟିଲାଗଡ଼ ବଦଳି କରାଯାଇଛି। ସେହିପରି ଆକାଶ ପଣ୍ଡା ଆଠଗଡ଼ ବିଡିଓ ହୋଇଛନ୍ତି। ରାହୁଲ ମଣ୍ଡଳଙ୍କୁ ଢେଙ୍କାନାଳ ସଦର ର ବିଡିଓ କରାଯାଇଛି। ସାଗର ଚନ୍ଦ୍ର ମୁର୍ମୁ ମୟୂରଭଞ୍ଜର ବିଷୋଇ ବ୍ଲକର BDO ହୋଇଛନ୍ତି। କଲ୍ୟାଣ ସୌରଭ ଦାଶ ହିନ୍ଦୋଳର ବିଡିଓ ହୋଇଥିବାବେଳେ ଅବନ୍ତିକା ସାହୁ ଯାଜପୁର କୋରେଇର ବିଡିଓ ହୋଇଛନ୍ତି।

Share