Categories: ଜାତୀୟ

ଶ୍ୱାସରୁଦ୍ଧ ହୋଇ ୪୩ ଗାଈ ମୃତ

ବିଳାସପୁର,୨୬ା୭(ପି.ଟି.): ଛତିଶଗଡ଼ର ବିଳାସପୁର ଜିଲା ଅନ୍ତର୍ଗତ ଏକ ପଞ୍ଚାୟତ ବିଲ୍ଡିଂର ଛୋଟ କୋଠରିରେ ୬୦ଟି ଗାଈଙ୍କୁ ବନ୍ଦ କରି ରଖାଯାଇଥିଲା। ସେଥିରୁ ୪୩ ଗାଈ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଶନିବାର ସକାଳେ ଉକ୍ତ ବିଲ୍ଡିଂରୁ ଦୁର୍ଗନ୍ଧ ଆସିବାରୁ ଗ୍ରାମବାସୀ ସେଠାକୁ ଯାଇ ଗାଈଗୁଡ଼ିକ ମରିଯାଇଥିବା ଦେଖିବାକୁ ପାଇଥିଲେ। କେବେଠାରୁ ଓ କ’ଣ ପାଇଁ ଉକ୍ତ ପୁରୁଣା ପଞ୍ଚାୟତ ବିଲ୍ଡିଂରେ ଏତେସଂଖ୍ୟାରେ ଗାଈଙ୍କୁ ରଖାଯାଇଥିଲା ତାହାର ତଦନ୍ତ କରାଯାଉଥିବା ବିଳାସପୁର ଜିଲାପାଳ ସାରାଂଶ ମିତ୍ତର କହିଛନ୍ତି। ଜୀବ ନିଷ୍ଠୁରତା ନିରାକରଣ ଆଇନ ଏବଂ ଆଇପିସିର ଧାରା ୪୨୯ରେ ପୋଲିସ ମାମଲା ରୁଜୁ କରିଛି।

Share