ଭୁବନେଶ୍ୱର,୧୨ା୪(ବ୍ୟୁରୋ)-ଗତ କିଛିଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହୁଥିବା ବେଳେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବଢ଼ିବାରେ ଲାଗିଛି ତାତି। ମଙ୍ଗଳବାର ବଲାଙ୍ଗୀର ଓ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ସେହିପରି ୧୧ ସହରରେ ପାରଦ ୪୦ଡିଗ୍ରୀ ଉପରେ ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨.୬ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ୪୨, ଅନୁଗୋଳ ୪୧.୩, ବାରିପଦା ୪୨, ଝାରସୁଗୁଡ଼ା ୪୨.୬, ସମ୍ବଲପୁର ୪୧.୫,, ସୁନ୍ଦରଗଡ଼ ୪୧.୫, ହୀରାକୁଦ ୪୦.୭, ଭବାନୀପାଟଣା ୪୧, ବୌଦ୍ଧ ୪୧.୫, ନୟାଗଡ଼ରେ ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।