କେନ୍ଦୁଝର,୨୮ା୩(ସ୍ବ.ପ୍ର.): କେନ୍ଦୁଝରସ୍ଥିତ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୩ ଦିନ ଧରି ଚଢ଼ାଉ କରି ଜିଲାର ବିଭିନ୍ନ ସ୍ଥାନରେ ୪୩ ଜଣ ଲୋକଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ କରାଯାଇଛି। ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି ସେମାନଙ୍କ ଲାଇସେନ୍ସ ବାତିଲ କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ କହିଛନ୍ତି।
ଅନୁଯାୟୀ, କେନ୍ଦୁଝର ଜିଲାରେ ପ୍ରତ୍ୟେକ ଦିନ ରାସ୍ତା ଦୁର୍ଘଟଣା ଘଟି ମୃତାହତ ହେଉଥିବାରୁ ପରିସ୍ଥିତି ଚିନ୍ତାଜନକ ରହିଛି ା ବିଭିନ୍ନ କାରଣରୁ ରାସ୍ତା ଦୁର୍ଘଟଣା ଘଟୁଥିବା ବେଳେ ତନ୍ମଧ୍ୟରୁ ବେପରୁଆ ଓ ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳନା ପ୍ରମୁଖ କାରଣ ହୋଇଛି। ଏଣୁ ଏହାକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କରି ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲାଇସେନ୍ସ ବାତିଲ କରିବା ସହ ଚାଲାଣ କାଟି ମାମଲା କୋର୍ଟକୁ ପଠାଇଯାଇଥିବା ଜଣାପଡ଼ିଛି। ଆଞ୍ଚଳିକ ପରିବହନ ବିଭାଗ, ପୋଲିସ, ପୂର୍ତ୍ତ ବିଭାଗ ଏବଂ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏକ ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ଏପ୍ରିଲ ୧ ଠାରୁ ୭ ତାରିଖ ପର୍ଯ୍ୟନ୍ତ ଚଢ଼ାଉ ଜୋରଦାର କରାଯିବ। ସ୍କୁଲ ପିଲାଙ୍କୁ ଗାଡି ଚଲାଇବା ମନା କରାଯାଇଛି। ନାବାଳକ ଗାଡ଼ି ଚଳାଉଥିବା ବେଳେ ଧରାପଡ଼ିଲେ ୨୫ ହଜାର ଟଙ୍କା ଜରିମାନା ସହିତ ବାଇକ ମାଲିକଙ୍କୁ କୋର୍ଟଚାଲାଣ କରାଯିବ। କେନ୍ଦୁଝର ସହର ସମେତ ବିଭିନ୍ନ ବିଦ୍ୟାଳୟ ଆଖପାଖରେ କଡ଼ାକଡ଼ି ଯାଞ୍ଚ କରାଯିବ।ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ପ୍ରକାଶ କରିଛନ୍ତି।