Categories: ଜାତୀୟ

୪୩ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌

ହାଇଦ୍ରାବାଦ,୬।୧୧: ତେଲେଙ୍ଗାନାର କରିମନଗର ଜିଲାର ବମ୍ମାକାଲରେ ଥିବା ଚାଲମେଡା ଆନନ୍ଦ ରାଓ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ କଲେଜରୁ ୪୩ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏ ନେଇ କରିମନଗର ଜିଲା ମେଡିକାଲ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ କର୍ତ୍ତୃପକ୍ଷଙ୍କୁ କ୍ଲାସ୍‌ ଏବଂ କ୍ୟାମ୍ପସ୍‌ ବନ୍ଦ କରିବାକୁ କୁହାଯାଇଛି।

ସୂଚନାନୁସାରେ, ଏକ ସପ୍ତାହ ପୂର୍ବରୁ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଠାରେ ବହୁ ସଂଖ୍ୟକ ଲୋକ ବିନା ମାସ୍କରେ ଯୋଗ ଦେଇଥିଲେ। ତେବେ ସେଠାରୁ କରୋନା ବ୍ୟାପିଥିବା ଅନୁମାନ କରାଯାଇଛି।

Share