ସାମାନ୍ୟ ସତର୍କତା ଅଭାବରୁ ସଂକ୍ରମିତ ହେଲେ ୪୩ ଜଣ

କାସରଗଡ଼,୨୭।୭: କରୋନା ଭାଇରସ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଭାଙ୍ଗି ପକାଇଛି କହିଲେ ଚଳେ। ତେବେ କରୋନାଠାରୁ ଦୂରେଇ ରହିବାକୁ ହେଲେ ସରକାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା କିଛି ଗାଇଡ୍‌ଲାଇନକୁ ପାଳନ କରିବାକୁ କୁହାଯାଇଛି। ହେଲେ ବେଳେବେଳେ ଏହାକୁ କିଛି ଲୋକ ଅମାନ୍ୟ କରୁଥିବାରୁ ଏହା ପରବର୍ତ୍ତି ସମୟରେ ଭୟଙ୍କର ରୂପ ନେଉଛି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେରଳର କାସରଗଡ଼ ଜିଲାରେ। ଏଠାରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୪୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏଥିରେ ନବ ଦମ୍ପତି ସାମିଲ ଅଛନ୍ତି। ଏହାପରେ ବରଙ୍କ ପିତାଙ୍କ ନାଁରେ ଏକ ମାମଲା ରୁଜୁ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଏବେ କେରଳରେ ୧୯ ହଜାରରୁ ଅଧିକ ଲୋକ କରୋନରେ ସଂକ୍ରମିତ ହୋଇଥିବା ବେଳେ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି।

Share