Advertisement

ଶ୍ରୁତିଙ୍କୁ ୪୩ : ଏକ ଅନ୍ତରଙ୍ଗ ସିନ୍‌ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ,୧୮।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ଶୁକ୍ରବାର ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬ ବୟସରେ ସେ ଅଭିନୟ କରିବା ଆରମ୍ଭ କରିଥିଲେ। ଛୋଟପରଦାରେ ସରାରତ୍‌ ତାଙ୍କୁ ନୂଆ ପରିଚୟ ଦେଇଥିଲା। ଏହାପରେ ସେ କ୍ୟୁଁ ପ୍ୟାର ହୋତା ହୈ, ଦେଶ୍‌ ମେଁ ନିକଲା ହୋଗା ଚାନ୍ଦ୍‌ ଆଦି ସିରିଏଲ୍‌ରେ ଭଲ ଅଭିନୟ କରିଥିଲେ। ଶ୍ରୁତି ନିର୍ଦ୍ଦେଶକ ଦାନିଶ୍‌ ଅସଲମ୍‌ଙ୍କୁ ବିବାହ କରିଛନ୍ତି। ଆଲିନା ଅସଲମ୍‌ ନାମକ ତାଙ୍କର କନ୍ୟା ସନ୍ତାନ ଅଛନ୍ତି। ଏବେ ନିଜ ପାରିବାରିକ ଜୀବନରେ ବେଶ୍‌ ଖୁସି ଅଛନ୍ତି ଶ୍ରୁତି। ତାଙ୍କୁ ନେଇ ବଲିଉଡ୍‌ରେ ବହୁ ସମୟରେ ଚର୍ଚ୍ଚା ହୋଇଥାଏ। ହିନ୍ଦୀ ଫିଲ୍ମ ରାଜନୀତିରେ ସେ ଅର୍ଜୁନ ରାମପାଳଙ୍କ ସହିତ ଅଭିନୟ କରିଥିଲେ। ଅର୍ଜୁନଙ୍କ ସହିତ ଏକ ଅନ୍ତରଙ୍ଗ ସିନ୍‌ରେ ଶ୍ରୁତି ନିଜର ନିୟନ୍ତ୍ରଣ ହରାଇଥିଲେ ବୋଲି କୁହାଯାଏ। ଶଟ୍‌ ଶେଷ ପରେ ଶୁଟିଂସେଟ୍‌ର ଅନ୍ୟ ସଦସ୍ୟଙ୍କ ସହାୟତାରେ ତାଙ୍କୁ ସ୍ବାଭାବିକ କରାଯାଇଥିଲା। ଏହି ବିଷୟ ସେତେବେଳେ ବେଶ୍‌ ଚର୍ଚ୍ଚାରେ ରହିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share