ବଢୁଛି କରୋନା କାୟା: ଆଜି ଚିହ୍ନଟ ହେଲେ ୪,୩୩୦ ଆକ୍ରାନ୍ତ; ମୋଟ ସଂଖ୍ୟା ୧,୭୯୮୮୦କୁ ବୃଦ୍ଧି

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ରାଜ୍ୟରେ ରବିବାର ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୨,୫୫୬ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୧,୭୭୪ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ଓଡ଼ିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୭୯,୮୮୦କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୋଳରୁ ୧୭୬, ବାଲେଶ୍ୱରରୁ ୧୨୧, ବରଗଡ଼ରୁ ୯୯, ଭଦ୍ରକରୁ ୭୪, ବଲାଙ୍ଗୀରରୁ ୭୯, ବୌଦ୍ଧରୁ ୪୭, କଟକରୁ ୫୪୯, ଢ଼େଙ୍କାନାଳରୁ ୬୭, ଗଜପତିରୁ ୧୬, ଗଞ୍ଜାମରୁ ୫୧,ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, ଝାରସୁଗୁଡ଼ାରୁ ୧୫୩, କଳାହାଣ୍ଡିରୁ ୧୦୦, କନ୍ଧମାଳରୁ ୧୭୮, କେନ୍ଦ୍ରାପଡ଼ାରୁ ୧୦୭, କେନ୍ଦୁଝରରୁ ୧୧୮, ଖୋର୍ଦ୍ଧାରୁ ୬୪୪, କୋରାପୁଟରୁ ୯୪, ମାଲକାନଗିରିରୁ ୬୩, ମୟୂରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୩, ନୟାଗଡ଼ରୁ ୫୩, ନୂଆପଡ଼ାରୁ ୬୨, ପୁରୀରୁ ୨୯୨, ରାୟଗଡ଼ାରୁ ୮୫, ସମ୍ବଲପୁରରୁ ୧୦୭, ସୋନପୁରରୁ ୨୫, ସୁନ୍ଦରଗଡ଼ରୁ ୧୨୩ ଥିବା ବେଳେ ଷ୍ଟେଟ ପୁଲରୁ ୨୨୫ଜଣ ଚିହ୍ନଟ ହୋଇଛନ୍ତି। ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୧,୬୫୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୭୪,୬୯ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share