Categories: ଜାତୀୟ

୪,୩୫୫ ପ୍ରବାସୀ ଭାରତୀୟଙ୍କ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ,୧୧।୮: ମହାମାରୀ କରୋନାରେ ୮୮ଟି ଦେଶରେ ୪, ୩୫୫ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସାଉଦି ଆରବରେ ସର୍ବାଧିକ ୧୨୩୭ ଜଣଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ୟୁଏଇରେ ୮୯୪ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟସଭାରେ କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୂରଲୀଧରନ ଏହି ସୂଚନା ଦେଇଛନ୍ତି।

ଭି ମୁରଲିଧରନଙ୍କ ସୂଚନା ମୁତାବକ, କୁଏତରେ ୬୬୮ ପ୍ରବାସୀ ଭାରତୀୟଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଓମାନରେ ୫୫୫, ମାଲେସିଆ ୧୮୬, କାତାରରେ ୧୧୩ ଜଣଙ୍କ ମୃତ୍ୟୁ ହୋଇଛି। କରୋନାର ଶିକାର ହୋଇ ପ୍ରାଣ ହରାଇଥିବା ୪୩୫୫ ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ୧୨୭ ଜଣଙ୍କ ମରଶରୀର ଶେଷକୃତ ପାଇଁ ଭାରତ ଅଣାଯାଇଛି। ଏପରି କି ମୃତ ଶରୀର ଆଣିବା ପାଇଁ ଭାରତୀୟ ଗୋଷ୍ଠୀ କଲ୍ୟାଣ ପାଣ୍ଠି ଆର୍ଥିକ ସହଯୋଗ ପ୍ରଦାନ କରାଯାଇଛି। ସେହିପରି ୭,୯୨୫ ଭାରତୀୟ କଏଦୀ ବିଶ୍ବବ୍ୟାପୀ ବିଭିନ୍ନ ଜେଲରେ ରହିଛନ୍ତି। ୟୁଏଇରେ ସର୍ବାଧିକ ୧୬୬୩ ଭାରତୀୟ କଏଦୀ ଥିବା ବେଳେ ସାଉଦି ଆରବରେ ୧୩୬୩ କଏଦୀ ଅଛନ୍ତି।

Share