କଟକ ଅଫିସ,୨୬ା୮- କଟକ ଜିଲାରେ ଲଗାତର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ୪୩୯ ଜଣ ଚିହ୍ନଟ ହୋଇଥିବା ବେଳେ ସେଥିରେ ସହରରୁ ୨୭୬ ସଂକ୍ରମିତ ରହିଛନ୍ତି।
କଟକ ସହରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ବକ୍ସିବଜାର ଅଞ୍ଚଳରୁ ସର୍ବାଧିକ ୧୩ ଜଣ ରହିଛନ୍ତି। ସେସୁର ବିଜୁ ପଟ୍ଟନାୟକ ଛକ କାର୍ଯ୍ୟାଳୟରୁ ୧୦, ବାଦାମବାଡ଼ି କାର୍ଯ୍ୟାଳୟରୁ ୮ ଓ ମୁଖ୍ୟ କାର୍ଯ୍ୟାଳୟରୁ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜାଉଁଳିଆପଟିରୁ ୧୦, ଯୋବ୍ରାରୁ ୯, ଝାଞ୍ଜିରୀମଙ୍ଗଳାରୁ ୫, କୁମ୍ଭାର ସାହିରୁ ୩, ମହାନଦୀ ବିହାରରୁ ୪, ମଙ୍ଗଳାବାଗରୁ ୩, ଜଗତପୁରରୁ ୫, ଓଏସ୍ଏପିରୁ ୫, ପୁରୀଘାଟରୁ ୪, ରାଜାବଗିଚାରୁ ୩, ରାଣୀହାଟରୁ ୪, ଶଙ୍କରପୁରରୁ ୬, ସୂତାହାଟରୁ ୫, ତୁଳସୀପୁରରୁ ୫, ଚୌଧୁରୀ ବଜାରରୁ ୬, ସିଡିଏ ଅଞ୍ଚଳରୁ ୯, ବିଡ଼ାନାସୀରୁ ୫ ଓ ବଙ୍ଗାଳୀ ସାହିରୁ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ଗ୍ରାମାଞ୍ଚଳରେ ତିଗିରିଆରୁ ୪୩, ବାଙ୍କୀରୁ ୩୨, ସାଲେପୁରରୁ ୨୩, ଡମପଡ଼ାରୁ ୨୨, ବଡ଼ମ୍ବାରୁ ୧୯, ଚୌଦ୍ୱାରରୁ ୫, କଟକ ସଦରରୁ ୪, ମାହାଙ୍ଗା ୩, କଣ୍ଟାପଡ଼ା ଓ ଟାଙ୍ଗୀରୁ ଜଣେ ଲେଖାଏ ପଜିଟିଭ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ସୂଚନା ଦେଇଛି।