Categories: ଜାତୀୟ

ଯୋଗୀଙ୍କ ବିରୋଧରେ ୪୪୦ ଭୋଲ୍ଟ କରେଣ୍ଟ ପ୍ରବାହିତ ହେଉଛି: ଅଖିଳେଶ

ହାର୍ଦୋଇ,୨୨।୨: ଉତ୍ତରପ୍ରଦେଶରେ ଶାସକ ଭାଜପା ବିରୋଧରେ ୪୪୦ ଭୋଲ୍ଟର କରେଣ୍ଟ ପ୍ରବାହିତ ହେଉଛି ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଡାକିଥିବାରୁ ଅଖିଳେଶ ଏହାର ସମାଲୋଚନା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ (ପିଏମ୍‌)ଙ୍କୁ ପ୍ୟାକରସ୍‌ ଓ ମୁଭର୍ସ ଭାବେ ନୂଆ ନାଁ ଦେଇଛନ୍ତି। ହାର୍ଦୋଇର ସାଣ୍ଡିଲା ନିର୍ବାଚନ ମଣ୍ଡଳୀରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ଅଖିଳେଶ କହିଥିଲେ, ଏଥର ଭାଜପା ଓ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଲଢ଼େଇ ହେଉଛି। ସମାଜବାଦୀ ପାର୍ଟି ଲୋକଙ୍କ ସହ ରହିଛି। କଂଗ୍ରେସ କିମ୍ବା ବିଏସ୍‌ପି ସରକାର ଗଢ଼ିପାରିବେ ନାହିଁ। ତେଣୁ ସମାଜବାଦୀ ପାର୍ଟିକୁ ପରବର୍ତ୍ତୀ ସରକାର ଗଢ଼ିବା ଲାଗି ସୁଯୋଗ ଦେବା ନିମନ୍ତେ ଅଖିଳେଶ ଅନୁରୋଧ କରିଛନ୍ତି।

Share