Categories: ବାଣିଜ୍ୟ

ଜୁଲାଇରେ ୪,୪୪୭ ୟୁନିଟ୍‌ ଯାନ ବିକ୍ରି

ନୂଆଦିଲ୍ଲୀ,୬।୮: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ସ୍କୋଡା ଅଟୋ ଇଣ୍ଡିଆ’ ଚଳିତ ବର୍ଷ ଜୁଲାଇରେ ୪,୪୪୭ କାର ବିକ୍ରୟ ସହ ଏହାର ସ୍ଥିର ପ୍ରଦର୍ଶନ ଜାରି ରଖିଛି। ଏପରିକି କମ୍ପାନୀର ପୁଣେ ଏବଂ ଔରଙ୍ଗାବାଦର କାରଖାନା ସହ ଚେକ୍‌ ଅଟୋ ପ୍ରମୁଖ ଭାରତରେ କ୍ୟୁ୩ ଏବଂ ଏଚ୨/୨୦୨୨ ଆରମ୍ଭ ହେବା ସହ କ୍ରମାଗତ ବିକ୍ରୟ ଜାରି ରଖିଛି। ସେହିଭଳି ୨୦୨୨ରେ କ୍ୟୁ ୧ ଏବଂ ଏଚ୧ ରେକର୍ଡ ଭାଙ୍ଗିବା ପରେ ଆଉ ଏକ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି। ଏ ସମ୍ପର୍କରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ଜେକ ହୋଲିସ କହିଛନ୍ତି, ସାଧାରଣତଃ ଏହା ମୌସୁମୀ ସମୟ ହୋଇଥିବାରୁ ବଡ କିଣାକିଣି ଗୁଡିକୁ ବନ୍ଦ ରଖାଯାଇଥାଏ ଏବଂ ପାର୍ବଣ ଆରମ୍ଭ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥାଏ। ତଥାପି ଆମେ ଆମର ଭାରତ ପାଇଁ ନିର୍ମିତ, ଇଣ୍ଡିଆ ୨.୦ କାର, କୁଶାକ ଏବଂ ସ୍ଲାଭିଆର ପଛରେ ଠୋସ୍‌ ସଂଖ୍ୟା ପ୍ରାପ୍ତ କରିଛୁ। ଅକ୍ଟୋଭିଆ ଏବଂ ସୁପର୍ବ ନିଜ ନିଜ ଖଣ୍ଡରେ ଭଲ କାମ କରୁଛନ୍ତି ଏବଂ କୋଡିଆକ ଜାନୁୟାରୀରେ ଶୁଭାରମ୍ଭ ହେବା ପରେ ଶୀଘ୍ର ବିକ୍ରି ହୋଇସାରିଛି ା ଆମେ ଏହି ଶକ୍ତି ବଜାୟ ରଖିବାକୁ ଇଚ୍ଛା କରୁଛୁ ଏବଂ ଭାରତରେ ଆମର ୨ ଦଶନ୍ଧି ପୁରୁଣା ଉତ୍ତରାଧିକାରରେ ୨୦୨୨କୁ ସବୁଠୁ ବଡ଼ ବର୍ଷ ଭାବରେ ଅତି ଶୀଘ୍ର ରେକର୍ଡ କରିବୁ।

Share