Categories: ବାଣିଜ୍ୟ

କ୍ୟୁ ୪ରେ ୪୪୯ କୋଟି ରାଜସ୍ବ

ନୂଆଦିଲ୍ଲୀ,୧୫।୫: ବହୁରାଷ୍ଟ୍ରୀୟ ଆଇଟି ସେବା ପ୍ରଦାନକାରୀ ସଂସ୍ଥା ବିଏଲ୍‌ଏସ୍‌ ଇଣ୍ଟରନ୍ୟାଶନାଲର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଶେଷ ହୋଇଯାଇଛି। କମ୍ପାନୀର ୨୦୨୨-୨୩ ଆର୍ଥିକ ବର୍ଷର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି କମ୍ପାନୀ କ୍ୟୁ ୪ରେ ପ୍ରାୟ ୪୪୯ କୋଟି ଟଙ୍କାର ରାଜସ୍ବ ଅଭିବୃଦ୍ଧି କରାଇଛି। ୪ର୍ଥ ତ୍ରୈମାସ ଶେଷ ସୁଦ୍ଧା କମ୍ପାନୀର ରାଜସ୍ବ ଅଭିବୃଦ୍ଧି ୭୬.୭%ରେ ରହିଥିବାବେଳେ ଇକ୍ୟୁଟିର ବାର୍ଷିକକୃତ ରିଟର୍ନ ୨୫.୪% ରହିଛି ବୋଲି ବିଏଲ୍‌ଏସ୍‌ ଇଣ୍ଟରନ୍ୟାଶନାଲର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଶିଖର ଅଗ୍ରୱାଲ ମତ ପ୍ରକାଶ କରିଛନ୍ତି। ସେହିଭଳି ଚଳିତ ଆର୍ଥିକ ବର୍ଷର କ୍ୟୁ୪ ଫଳାଫଳରେ ରାଜସ୍ବ ଅଭିବୃଦ୍ଧି ହୋଇଛି, ଯାହାର ପରିମାଣ ୪୪୮.୬ କୋଟି ଟଙ୍କା ରହିଛି।

 

Share