କେସିଙ୍ଗା ମହାବିଦ୍ୟାଳୟରେ ୪୪ତମ ବାର୍ଷିକୋତ୍ସବ ପାଳିତ

କେସିଙ୍ଗା,୨୯ା୧ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୪ତମ ବାର୍ଷିକୋତ୍ସବ କଲେଜ ପରିସରରେ ବୁଧବାର ପାଳିତ ହୋଇଯାଇଛି। ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସଦର ବିଧାୟକ ସାଗର ଚରଣ ଦାସ, ସମ୍ମାନିତ ଅତିଥି ରୂପେ ବ୍ଲକ୍‌ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦେଇଥିଲେ। ବିଧାୟକ ଦାସ ତାଙ୍କ ଅଭିଭାଷଣରେ ରାଷ୍ଟ୍ରର ବିକାଶ ନିମନ୍ତେ ଯୁବଶକ୍ତି ଜାଗ୍ରତ ହେବା ପାଇଁ ଆହ୍ବାନ ଦେଇଥିଲେ। ଏହାସହ ଖୁବ୍‌ଶୀଘ୍ର କେସିଙ୍ଗା ମହାବିଦ୍ୟାଳୟର ଦାବିଗୁଡ଼ିକ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଧ୍ୟକ୍ଷ ପାଢ଼ୀ ଅତିଥ ପରିଚୟ ଓ ସ୍ବାଗତ ସମ୍ଭାଷଣ ପରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ସଭାରେ ଛାତ୍ର ସଂସଦର ଉପଦେଷ୍ଟା ଅଧ୍ୟାପକ ଡ. ସତୀଶ ଚନ୍ଦ୍ର ଖମାରୀ, ପ୍ରାଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ଓ ସାଂସ୍କୃତିକ ପରିଷଦର ଉପଦେଷ୍ଟା ଅଧ୍ୟାପକ ରମେଶ ଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ଡ. ରାକେଶ ବିଶି ମଞ୍ଚ ପରିଚାଳନା କରିଥିଲା ବେଳେ ବରିଷ୍ଠ ପ୍ରାଧ୍ୟାପକ ଅଶ୍ବିନୀ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UPSC ପରୀକ୍ଷାରେ କେନ୍ଦୁଝରର ପୁଅ ଅନୁପଙ୍କ ସଫଳ

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ୨୦୨୪ ବର୍ଷର ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ କେନ୍ଦୁଝର ମାଟିର ପୁଅ ଅନୁପ ନାୟକ ସଫଳ...

ବିଶ୍ୱ ଏକତା, ବିଶ୍ୱାସର ବିକାଶ ପାଇଁ ରାଜଯୋଗ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ରବିବାର ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଥମୁନି ଦାଦନ ମୃତ୍ୟୁ: ପୁଣି କେରଳରୁ ଫେରିଲା ଜଣେ ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୨୭ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ...

ସ୍ତ୍ରୀଙ୍କୁ ମର୍ଡର କରିବାକୁ ଆସି ବାପଘର ଲୋକଙ୍କ ପାଲଟା ଆକ୍ରମଣରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଜଟଣୀ,୨୭ା୪: ଖୋର୍ଦ୍ଧା ଜିଲା ଜଟଣୀ ଇନଫୋ ଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶ୍ବଶୁର ଘରେ ଶାଶୁ, ସ୍ତ୍ରୀକୁ ଆକ୍ରମଣ ବେଳେ...

ବାହାଘର ଭୋଜି ଖାଇବାକୁ ଯାଇ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ଜୀବନ ଗଲା

ନୟାଗଡ଼,୨୭ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଗୋଡ଼ିବିଡ଼ା ଗାଁ ପୋଖରୀରେ ବୁଡ଼ି ୩ ନାବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ ନୂଆଗାଁ ଥାନା...

ବାହାଘରରେ ଯୋଗ ଦେବାକୁ ଯାଉଥିଲେ, ହାଇଓ୍ବା ସହ ଧକ୍କାରେ ଚାଲିଗଲା ୪ ବର୍ଷ ପୁଅର ଜୀବନ; ମା’ବାପାଙ୍କ ସହ ୩ ଗୁରୁତର

ବଲାଙ୍ଗୀର,୨୭।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼-ଘସିଆନ-ଲରମ୍ଭା ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବାକୁ ପଛପଟୁ ଏକ ବାଇକ ଧକ୍କା...

ରକ୍ତ ସମ୍ପର୍କ ଭୁଲିଗଲେ… ଗାଁ ଦାଣ୍ଡରେ ସାନ ଭାଇକୁ ବାନ୍ଧି ପିଟି ପିଟି ମାରିଦେଲେ ବଡ଼ ଭାଇ

ଭଞ୍ଜନଗର,୨୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ଆକ୍ରମଣରେ ସାନ ଭାଇ ମୃତ୍ୟୁବରଣ...

ଗଞ୍ଜାମରେ ଚାଞ୍ଚଲ୍ୟ: ୨ ଭାଇଙ୍କୁ ପିଟିପିଟି ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ

ବେଗୁନିଆପଡା,୨୭।୪(ସୁଶାନ୍ତ ପଟ୍ଟନାୟକ): ପୁଣି ଅଶାନ୍ତ ହେଲା ଗଞ୍ଜାମ। ଜିଲାରୂ ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image