ପଞ୍ଜାମର ସାଙ୍ଗରୁର ଗ୍ରାମର ଶେର ଖାନ ନାମକ ଏକ ଛେଳି ଏବେ ଚର୍ଚ୍ଚାରେ। ଇଦ୍ ପାଇଁ ଏହି ଛେଳିକୁ ନେବାପାଇଁ ଲୋକେ ଆଗେଇ ଆସିଛନ୍ତି। ଶେରକୁ ନେବା ପାଇଁ ନିଲାମ ଡକାଯାଇଛି। ଦେଢ଼ ବର୍ଷର ଏହି ଛେଳିକୁ ୩ ଲକ୍ଷ ଟଙ୍କାର ଜଣେ ବ୍ୟକ୍ତି ନିଲାମ ଡାକିଛନ୍ତି। ମାତ୍ର ମିଲିକ ଶେରକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରିବାକୁ ଚାହୁଁଛନ୍ତି। ଶେର ଅନ୍ୟ ଛେଳିଠାରୁ ସ୍ବତନ୍ତ୍ର। କାରଣ ଏହାର କାନ ପଛରେ ଆରବୀ ଭାଷାରେ ଆଲ୍ଲା ଲେଖା ହୋଇଥିବା ଏହାର ମାଲିକ କହିଛନ୍ତି। ଏହି ଲେଖା ମଥା କିମ୍ବା ଶରୀରର ଅନ୍ୟ କୌଣସି ସ୍ଥାନରେ ହୋଇଥିଲେ ଶେରର ଦାମ୍ ଆହୁରି ଅଧିକ ହୋଇଥାନ୍ତା ବୋଲି ମାଲିକ କୁହନ୍ତି। ଛେଳିକୁ ପ୍ରତିଦିନ ବାଦାମ, ଚଣା ସମେତ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ଦିଆଯାଏ। ଅନ୍ୟ ଛେଳିଠାରୁ ଏହା ସମ୍ପୂଣ୍ଣ ଭିନ୍ନ ବୋଲି ସ୍ଥାନୀୟ ଲୋକେ ମଧ୍ୟ ସ୍ବୀକାର କରିଛନ୍ତି।