Categories: ଜାତୀୟ

କର୍ନାଟକ କଂଗ୍ରେସର ୪୫ ନେତା ଆମ ଯୋଗାଯୋଗରେ ଅଛନ୍ତି: ଭାଜପା ବିଧାୟକ

ବେଙ୍ଗାଲୁରୁ,୧୮।୯: କର୍ନାଟକରେ କଂଗ୍ରେସରେ ସବୁକିଛି ଠିକ ଚାଲିନାହିଁ। ଜାନୁଆରୀ ପରେ ସିଦ୍ଦରମୈୟା ସରକାର ଆଉ ରହିବ ନାହିଁ ବୋଲି ଦାବି କରାଯାଉଛି। ଭାଜପା ବିଧାୟକ ବାସନାଗୌଡା ଆର ପାଟିଲ ଏକ ଦାବି କରିଛନ୍ତି। ବାସନାଗୌଡା କହିଛନ୍ତି ଯେ, ତାଙ୍କ ଦଳ ସହିତ କର୍ନାଟକ କଂଗ୍ରେସର ୪୫ ଜଣ ନେତା ଯୋଗାଯୋଗ କରୁଛନ୍ତି। ଆମେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛୁ, ବିରୋଧୀ ଦଳର ନେତା ନିଯୁକ୍ତିକୁ ନେଇ ଆମେ କାହିଁକି ଚିନ୍ତା କରିବୁ।
ବାସନାଗୌଡା ଆର ପାଟିଲ ୟାନାଲରେ କହିଛନ୍ତି, ସେମାନେ (କଂଗ୍ରେସ ସରକାର) ବି.କେ ହରିପ୍ରସାଦଙ୍କ ବରିଷ୍ଠତାକୁ ଗୁରୁତ୍ୱ ଦେଇ ନାହାଁନ୍ତି, ଯେଉଁଥିପାଇଁ ସେ ଦୁଃଖିତ। ସିଦ୍ଦରମୈୟାଙ୍କ ବିଷୟରେ ବି.କେ ହରିପ୍ରସାଦ ଯାହା କହିଛନ୍ତି ତାହା ହେଉଛି ତାଙ୍କର ଆଭ୍ୟନ୍ତରୀଣ ବିଷୟ। କିନ୍ତୁ ଏହି ସବୁ ଘଟଣାକ୍ରମ ଦର୍ଶାଏ ଯେ ଜାନୁଆରୀ ପରେ ଏହି ସରକାର ଚାଲିବ ନାହିଁ। ୪୫ ଜଣ ଲୋକ ଆମ ସହିତ ଯୋଗାଯୋଗ କରୁଛନ୍ତି। ଦେଖାଯାଉ ଆଗକୁ କ’ଣ ହେଉଛି।

Share