ରାଜଧାନୀରେ ବଢ଼ୁଛି କରୋନା କାୟା: ପୁଣି ଚିହ୍ନଟ ହେଲେ ୪୫ ନୂଆ ଆକ୍ରାନ୍ତ

ଭୁବନେଶ୍ୱର,୪।୭(ବ୍ୟୁରୋ): ରାଜଧାନୀରେ ମାଡ଼ି ଚାଲିଛି କରୋନା। ଶନିବାର ଆଉ ୪୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୧୪ ହୋଇଛି। ସେଥିରୁ ୨୪୭ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୧୬୦ ସକ୍ରିୟ କେସ୍‌ ରହିଛି। ସେହିଭଳି ୬ଜଣଙ୍କ ମୃତ୍ୟୁ ଘଟିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୭ କ୍ୱାରାଣ୍ଟାଇନ୍‌ ମାମଲା, ୮ ଲୋକାଲ କେସ୍‌ ରହିଛି। କ୍ୱାରାଣ୍ଟାଇନ୍‌ ମାମଲା ମଧ୍ୟରୁ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ୯, ସାମନ୍ତରାପୁର ନୂଆଗାଁର ୬, ଘରୋଇ ହସ୍ପିଟାଲର ୩, ସତ୍ୟନଗର ଅଞ୍ଚଳର ଜଣେ, ମଞ୍ଚେଶ୍ୱର କଳିଙ୍ଗ ବେକରୀ ନିକଟରୁ ୩, ସହିଦ ନଗର ୭-୧୧ ରେଷ୍ଟୁରାଣ୍ଟ ନିକଟରୁ ଜଣେ, ହଂସପାଳ ସିମ୍ଫୋନୀ ମଲ୍‌ ନିକଟରୁ ଜଣେ, ଚକେଇସିଆଣିରୁ ଜଣେ, ଲକ୍ଷ୍ମୀସାଗର ପୁରୁଣା ପୋଷ୍ଟଅଫିସ ନିକଟରୁ ଜଣେ, ୟୁନିଟ୍‌-୪ ଅଞ୍ଚଳର ଜଣେ, ଅଶୋକ ନଗର ଅଞ୍ଚଳର ଜଣେ, ବରମୁଣ୍ଡା ଅଞ୍ଚଳର ଜଣେ, ପୁରୁଣା ଭୁବନେଶ୍ୱରର ଜଣେ, ସରକାରୀ ଡାକ୍ତରଖାନାର ୪ଜଣ, ଭରତପୁର ଅଞ୍ଚଳରୁ ଜଣେ ଅଛନ୍ତି। ସେହିଭଳି ୮ ଲୋକାଲ କେସ୍‌ ମଧ୍ୟରୁ ବରମୁଣ୍ଡା ଶକ୍ତି ଗେଟେ ହାଉସ ନିକଟରୁ ଜଣେ, କେଦାର ଗୌରୀ ଅଞ୍ଚଳରୁ ଜଣେ, ସାଲିଆ ସାହିରୁ ଜଣେ, ଖଣ୍ଡଗିରିରୁ ଜଣେ, ଡୁମ୍‌ଡୁମାରୁ ଜଣେ, ପୁରୁଣା ଭୁବନେଶ୍ୱରରୁ ଜଣେ, ୟୁନିଟ୍‌-୪ ଅଞ୍ଚଳରୁ ଜଣେ, ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଜଣେ ଅଛନ୍ତି। ଏହାବ୍ୟତିତ ୩୧ ଜଣ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଥିବା ନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ସମୁଦ୍ରରେ ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ପୁରୀ,୨୭ା୧୨(ଅଜିତ୍‌ କୁମାର ମହାନ୍ତି): ପୁରୀ ସମୁଦ୍ରରେ ଗୁରୁବାର ଗାଧୋଉଥିବାବେଳେ ବରଗଡ଼ ଜିଲାର ଶୁଭ ପାତ୍ର ନାମକ ଯୁବକ ଭାସିଯାଇ ନିଖୋଜ ଥିଲେ। ଶୁକ୍ରବାର ଦିଗବାରେଣୀ ଖୁଣ୍ଟି...

ଅଖା ବନ୍ଧା ଅବସ୍ଥାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଗଜପତି,୨୭।୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଛି ରହସ୍ୟ ଜନକ ହତ୍ୟା କାଣ୍ଡ। ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ...

ବାଛୁରୀକୁ ଖାଇଗଲା ବାଘ

ଭଞ୍ଜନଗର,୨୭ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚ୍ଛେଦାଭୂମିରେ ଏକ ହେଟାବାଘ ବାଛୁରୀକୁ ମାରି ଖାଇ ଦେଇଥିବା ଅଭିଯୋଗ ହେଶଇଛି। ବାଛୁରୀ ମାଲିକ ବଳରାମ ଗୌଡ...

ରାଜଧାନୀରେ ମାତିଛନ୍ତି ଲୁଟେରା: ଘରେ ପଶି ଲୁଟିନେଲେ ୨୦ ଲକ୍ଷ ଟଙ୍କାର ଅଳଙ୍କାର

ଭୁବନେଶ୍ୱର,୨୭।୧୨: କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରମାନେ ନିୟମିତ ଭାବେ ଭୁବନେଶ୍ୱରରେ ଫ୍ଲାଟ ଏବଂ ଘରକୁ ଟାର୍ଗେଟ କରୁଛନ୍ତି। ସଦ୍ୟତମ ଚୋରି ଘଟଣାରେ ରାଜଧାନୀ...

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପାଳପକାଇ ସ୍କୁଟି ସହ ଯୁବକଙ୍କୁ ଜାଳିଦେଲେ

ସୁନ୍ଦରଗଡ଼,୨୮।୧୨(ଜୟ ନାରାୟଣ ମେଣ୍ଡୁଳି): ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା ଲେଫ୍ରିପଡ଼ା ଥାନା ସର୍ଗିପାଲି...

ମୃତ ଚାଷୀଙ୍କ ପରିବାରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେଲେ ଅଭିନେତ୍ରୀ ରାଣୀ ପଣ୍ଡା

ସାକ୍ଷୀଗୋପାଳ,୨୭।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ୪ଦିନ ତଳେ ମତ୍ୟୁବରଣ କରିଥିବା ସ୍ଥାନୀୟ ଡୁଙ୍ଗର ଗ୍ରାମର ମୃତ ଚାଷୀ ପୂର୍ଣଚନ୍ଦ୍ର ଦଳେଇଙ୍କ ପରିବାର ଲୋକଙ୍କୁ ଅଭିନେତ୍ରୀ ରାଣୀ...

୫ ବର୍ଷ ନୁହେଁ, ୩ ବର୍ଷରେ ଲୋକେ ଅନ୍ୟ ଦଳକୁ ଭୁଲିଯିବେ: ପୃଥ୍ବୀରାଜ

ଭୁବନେଶ୍ୱର,୨୭।୧୨: ପ୍ରଶାସନକୁ ଅଧିକ କ୍ରିୟାଶୀଳ କରି ବିକାଶ କାର୍ଯ୍ୟକୁ ଆଗେଇ ନେବା ଏବଂ ଲୋକଙ୍କ ସମସ୍ୟାର ତ୍ୱରିତ୍‌ ସମାଧାନ ପାଇଁ ମନ୍ତ୍ରୀମାନଙ୍କୁ ୩୦ ଜିଲାର ଦାୟିତ୍ୱ...

ପୁଣି ଆସୁଛି ବର୍ଷା! ଏହି ସବୁ ଜିଲାରେ ଛେଚିବ

ଭୁବନେଶ୍ୱର,୨୭।୧୨: ଆସନ୍ତାକାଲି ଠାରୁ ପଶ୍ଚିମ ଓଡ଼ିଶାରେ ୨ ଦିନ ବର୍ଷା ସମ୍ଭାବନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୮ ତାରିଖରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri