Categories: ଜାତୀୟ

କଂଗ୍ରେସ ବିଧାୟକଙ୍କ ସମ୍ପତ୍ତି ୪୫୦ କୋଟି

ଭୋପାଳ, ୨୨।୨- ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ନୀଲୟ ଡାଗାଙ୍କ ପରିବାର ମାଲିକାନରେ ଥିବା କମ୍ପାନୀ ଉପରେ ଆୟକର ଚଢ଼ାଉରୁ ୪୫୦ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି। ଏ ନେଇ ଆୟକର ବିଭାଗ ପକ୍ଷରୁ ସୋମବାର ସନ୍ଧ୍ୟାରେ ସୂଚନା ଦିଆଯାଇଛି। ଗତ ୧୮ ତାରିଖରୁ ଚାଲିଥିବା ରେଡ୍‌ରେ ଆୟକର ବିଭାଗ ପକ୍ଷରୁ ମୁମ୍ବାଇ ଏବଂ କୋଲକାତା ସମେତ ୨୨ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ନଗଦ ୮ କୋଟି ଟଙ୍କା, ୪୪ ଲକ୍ଷ ଟଙ୍କାର ମୂଲ୍ୟର ବିଦେଶୀ ମୂଦ୍ରା ଓ ୯ଟି ବ୍ୟାଙ୍କ ଲକର ବିଷୟରେ ସୂଚନା ମିଳିଛି। ସୋୟା ପ୍ରଡକ୍ଟ ପ୍ରସ୍ତୁତିକାରୀ କମ୍ପାନୀର ପରିଚାଳକଙ୍କ ମଧ୍ୟରେ ୧୫ କୋଟି ଟଙ୍କାର ଅସ୍ପଷ୍ଟ କାରବାର ହୋଇଛି।

Share