ଚାକିରି ହରାଇ ୪୫୦ ଭାରତୀୟ ସୌଦିରେ ମାଗୁଥିଲେ ଭିକ

ନୂଆଦିଲ୍ଲୀ, ୧୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସୌଦିରେ କାମ କରୁଥିବା ବହୁ ଭାରତୀୟ ଚାକିରି ହରାଇଛନ୍ତି। ମାସ ମାସଧରି ହଇରାଣ ହେବାପରେ ସେମାନଙ୍କ ମଧ୍ୟରୁ ୪୫୦ ଜଣ ଭାରତୀୟମାନେ ବାଧ୍ୟ ହୋଇ ରାସ୍ତାରେ ଭିକ ମାଗିଥିଲେ। ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା। ପରେ ସୌଦି ପ୍ରଶାସନ ସେମାନଙ୍କୁ ଡିଟେନଶନ୍‌ ସେଣ୍ଟରରେ ନେଇ ରଖିଥିବା କୁହାଯାଉଛି। ସେମାନେ ଏବେ ଶୁମାଇସି ଡିଟେନଶନ୍‌ ସେଣ୍ଟରରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୩୯ ଜଣ ବାସିନ୍ଦା ଥିବାବେଳେ ବିହାରର ୧୦, ତେଲଙ୍ଗାନାର ୫, ମହାରାଷ୍ଟ୍ରର ୪, ଜମ୍ମୁ-କଶ୍ମୀରର ୪, କର୍ନାଟକର ୪ ଏବଂ ଆନ୍ଧ୍ରପ୍ରଦେଶର ଜଣେ ରହିଛନ୍ତି। ଚାକିରି ହରାଇ ଏଠାରେ ଭାରତୀୟଙ୍କ ସମେତ ଶ୍ରୀଲଙ୍କା, ପାକିସ୍ତାନ, ବାଂଲାଦେଶ, ଇଣ୍ଡୋନେସିଆ ଆଦି ଦେଶର ଲୋକଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିବା କୁହାଯାଉଛି।

Share