ସାମ୍ନାକୁ ଆସିଲା ୪, ୫୦୦ ବର୍ଷ ତଳର ସହର, ପଡ଼ିରହିଛି ୩ ଶହ ମୃତଦେହ

ନୂଆଦିଲ୍ଲୀ,୨।୭: ଇତିହାସରେ ଏମିତି କିଛି ଘଟଣା ରହିଛି, ଯାହା ସମୟ ସହିତ ଅଦୃଶ୍ୟ ହୋଇଯାଇଛି । କିନ୍ତୁ ବେଳେ ବେଳେ ହଜାର ହଜାର ଘଟଣା ସାମ୍ନାକୁ ମଧ୍ୟ ଆସିଥାଏ । ଯାହାକି ଆମକୁ ଚକିତ କରିଦିଏ । ଏପରି ଏକ ଘଟଣା ଏବେ ଇଜିପ୍ଟରେ ଦେଖିବାକୁ ମିଳିଛି । ମାଟିତଳୁ ଏକ ମୃତଦେହର ସହର ଲୋକଲୋଚନକୁ ଆସିଛି । ଏହି ସହରରୁ ୩୦୦ରୁ ଅଧିକ ସାମାଧି ମିଳିଛି । ଯାହାକି ୨ ଲକ୍ଷ ୭୦ ହଜାର ଫୁଟ୍‌ ଅଞ୍ଚଳରେ ରହିଛି । ଏହି ସହରର ନାମ ଉସ୍‌ବାନ୍‌ ବୋଲି ଜଣାପଡ଼ିଛି ।

ପ୍ରତିଷ୍ଠିତ ଗଣମାଧ୍ୟମ ଡେଲି ମେଲ ଅନୁଯାୟୀ ଉସ୍‌ବାନ୍‌ ସହର ଏକ ବାଣିଜ୍ୟ ଏବଂ ସାମରିକ କ୍ଷେତ୍ର ଥିଲା । ଯାହା ଅତି କମରେ ୪,୫୦୦ ବର୍ଷ ପୂର୍ବେ କାରବାରର ପେଣ୍ଠସ୍ଥଳୀ ଥିଲା । ପ୍ରତ୍ନତତ୍ତ୍ୱବିତ୍‌ମାନେ ଏହି ରହସ୍ୟମୟ ସହର ବିଷୟରେ ଅଧିକ ଜାଣନ୍ତି ନାହିଁ । ତେବେ କୁହାଯାଉଛି ଯେ ପ୍ରାୟ ୯ ଶହ ବର୍ଷ ପୂର୍ବେ ଏହି ସମାଧିଗୁଡ଼ିକ ପୁନଃବ୍ୟବହାର କରାଯାଇଥିଲା।

Share