Posted inରାଜ୍ୟ

ଦଲାଲ୍‌ଙ୍କ କବ୍‌ଜାରେ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ

ନୟାଗଡ଼ ଅଫିସ,୨୦।୭: ନୟାଗଡ଼ ଖଣ୍ଡପଡ଼ା ରୋଡ୍‌ଠାରେ ଥିବା ବିଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ବର୍ତ୍ତମାନ ଦଲାଲ୍‌ଙ୍କ କବ୍‌ଜାରେ। ଏଠାରେ ପ୍ରତିଦିନ ଶ୍ରମିକମାନଙ୍କ ଅପେକ୍ଷା ଦୁଇଗୁଣା ଦଲାଲ୍‌ ଯାଉଥିବା ଦେଖିବାକୁ ମିଳୁଛି। ନିଜକୁ ଶ୍ରମିକ ସଙ୍ଗଠନର ସଦସ୍ୟ ବୋଲାଉଥିବା ବ୍ୟକ୍ତିମାନେ ହିଁ ସାଜିଛନ୍ତି ଦଲାଲ୍‌। ଏହା ସରକାରୀ କାର୍ଯ୍ୟାଳୟ ହୋଇଥିବାରୁ ଏଠାରେ କାହାକୁ ମନା କରାଯାଇ ପାରିବ ନାହିଁ ବୋଲି କହି ଅଧିକାରୀମାନେ ଚୁପ୍‌ ହୋଇ ବସି ରହୁଥିବାରୁ ଦଲାଲ୍‌ମାନେ ସେମାନଙ୍କ କାୟା ବିସ୍ତାର କରିବାରେ ଲାଗୁଛନ୍ତି। ଶ୍ରମିକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ସରକାରୀ ସହାୟତା ରହିଛି। ଏଥିପାଇଁ ସେମାନଙ୍କ ପାଖରେ ନିର୍ମାଣ ଶ୍ରମିକ କାର୍ଡ ଖଣ୍ଡିଏ ନିତାନ୍ତ ଆବଶ୍ୟକ। ଏହି କାର୍ଡ ଖଣ୍ଡିଏ ବିଷୟରେ ଜଣେ ସାଧାରଣ ଶ୍ରମିକ ଜାଣିପାରୁ ନାହାନ୍ତି। ଏହାର ଫାଇଦା ଉଠାଉଛନ୍ତି କିଛି ଦିନ ତଳେ ଗଢ଼ି ଉଠିଥିବା ନିର୍ମାଣ ଶ୍ରମିକ ସଙ୍ଗଠନ। ସେମାନଙ୍କ ନାମରେ କାର୍ଡ ଖଣ୍ଡିଏ କରିଦେବା ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ୧ ହଜାରରୁ ୨ ହଜାର ଟଙ୍କା ନିଆଯାଉଛି। ଶ୍ରମିକ କାର୍ଡ ଖଣ୍ଡିଏ କରିବା ପାଇଁ ମାତ୍ର ୫୫ ଟଙ୍କା ଓ କାର୍ଡ ନବୀକରଣ (ବାର୍ଷିକ ଦେୟ) ପାଇଁ ୫୦ ଟଙ୍କା ଥିବା ବେଳେ କିଛି ସଙ୍ଗଠନ ଏହାଠାରୁ ଢେର ଗୁଣା ଟଙ୍କା ଆଦାୟ କରୁଛନ୍ତି। କିଛି ମାସ ପରେ ଯଦି କାର୍ଡ ନ ହେଉଛି ତାହା ହେଲେ ସଙ୍ଗଠନ ସେମାନଙ୍କୁ ଆଣି ଆନ୍ଦୋଳନ କରିଥିବାର ନଜିର ମଧ୍ୟ ରହିଛି। ସଙ୍ଗଠନ ନାମରେ ଶ୍ରମିକମାନଙ୍କୁ ଏମାନେ ଶୋଷଣ କରିବାରେ ଲାଗିଛନ୍ତି। କିଛି ବର୍ଷ ତଳେ ହାତଗଣତି ୫ରୁ ୬ଟି ସଙ୍ଗଠନ ଥିଲାବେଳେ ବର୍ତ୍ତମାନ ଜିଲାରେ ପାଖାପାଖି ୬୦ରୁ ଊର୍ଦ୍ଧ୍ୱ ଶ୍ରମିକ ସଙ୍ଗଠନ କରାଯାଇଛି। ଶ୍ରମିକମାନଙ୍କଠାରୁ ମୋଟା ଆକାରର ଟଙ୍କା ନିଆଯାଇ ଜିଲାରେ ପାନ ଦୋକାନୀଙ୍କଠାରୁ ଆରମ୍ଭ କରି ଅଟୋ ଡ୍ରାଇଭରଙ୍କ ଭଳି ବିଭିନ୍ନ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ କରାଯାଉଛି ନିର୍ମାଣ ଶ୍ରମିକ କାର୍ଡ଼। ଫଳରେ ଯୋଗ୍ୟ ଶ୍ରମିକମାନେ କାର୍ଡ ଖଣ୍ଡିଏ ପାଇଁ ବଞ୍ଚତ୍ତ ହେଉଥିବା ଦେଖିବାକୁ ମିଳୁଛି। ଜିଲାରେ ଅନେକ ଥିଲାବାଲା ଓ ସେମାନଙ୍କ ସ୍ତ୍ରୀଙ୍କ ନାମରେ ଶ୍ରମିକ କାର୍ଡ ହୋଇଥିବା ନେଇ ମଧ୍ୟ ଜଣାପଡ଼ିଛି। ଖାଲି ଯେ କାର୍ଡ ହୋଇଛି ତାହା ନୁହେଁ ସରକାରୀ ସହାୟତା ମଧ୍ୟ ସେମାନେ ହାତେଇଛନ୍ତି। ତେଣୁ ଏହାର ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷେ ୨୦୧୬ ମସିହାରେ କିଛି ସଙ୍ଗଠନ ଅନେକ ବ୍ୟକ୍ତିଙ୍କୁ ନକଲି ନିର୍ମାଣ ଶ୍ରମିକ କାର୍ଡ ଦେଇଥିବା ନେଇ ପ୍ରମାଣ ମିଳିଥିଲା। ଏ ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଅନ୍ୟପକ୍ଷେ ୨୦୧୮ ରେ ଜିଲାର ୮ ବ୍ଲକରେ ନିର୍ମାଣ ଶ୍ରମିକ କ୍ୟାମ୍ପ କରାଯାଇଥିଲା, ଏଥିରେ ୨୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଡ ପାଇଁ ଆବେଦନ କରିଥିଲେ। ହେଲେ ଏହି ସବୁ ଆବେଦନ ପତ୍ର ବର୍ତ୍ତମାନ ଜିଲା ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଛି। ଜିଲା ଶ୍ରମ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାରେ ବର୍ତ୍ତମାନ ସୁଦ୍ଧା ୫୫,୨୪୮ ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଜିଲାରେ ବିଭିନ୍ନ ସମୟରେ କାମ କରିବା ପାଇଁ ଶ୍ରମିକ ମିଳୁ ନ ଥିବାବେଳେ ଏତେ ସଂଖ୍ୟକ ନିର୍ମାଣ ଶ୍ରମିକ ଜିଲାରେ ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା କୁହନ୍ତି, ଯେଉଁ ବ୍ୟକ୍ତିମାନେ କାର୍ଯ୍ୟାଳୟକୁ ଆସିବେ କାହାକୁ ମନା କରାଯାଇ ପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ଭାଇରାଲ କରି ଧ୍ୟାନ ହଟାଇବାକୁ ଉଦ୍ୟମ

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସ ସମେତ...

କାଲି ଆସିବ ବଡ଼ ନିଷ୍ପତ୍ତି, ଭରତପୁର ଘଟଣାରେ ପୋଲିସର ଭୁବନେଶ୍ୱରରେ ବସିବ ବଡ଼ ବୈଠକ

ଭୁବନେଶ୍ୱର,୨୧।୯: ତୀବ୍ର ହେଲା ଭରତପୁର ପୋଲିସ-ମେଜର ବିବାଦ। ଘଟଣାକୁ ନେଇ ବଡ଼ ବୈଠକ ଡାକିଲା ଓଡ଼ିଶା ପୋଲିସ ସେବା ସଂଘ। ଏନେଇ ରବିବାର ଭୁବନେଶ୍ବରରେ ବସିବ...

୫୦ ଟଙ୍କା ନେଇ ଧରାପଡ଼ିଲେ ମୋ ସେବା କେନ୍ଦ୍ର ମାଲିକ

ରାଉରକେଲା,୨୧।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଷ୍ଟେଶନ ରୋଡ୍‌ରେ ଥିବା ଏକ ମୋ ସେବା କେନ୍ଦ୍ରର ମାଲିକ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀଙ୍କୁ ୫୦ ଟଙ୍କା...

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri