Categories: ଖେଳ

କରାଟେ ଗ୍ରେଡିଂରେ ୪୫୪ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, ୭।୮: ଉତ୍କଳ କରାଟେ ସ୍କୁଲର ମୁଖ୍ୟ ଶାଖାରେ ରବିବାର କରାଟେ ଗ୍ରେଡିଂ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୫୪ କରାଟେକର ଉତ୍ତୀର୍ଣ୍ଣ ହୋଇ ବେଲ୍ଟ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୨୫ ୟେଲୋ ବେଲ୍ଟ, ୮୫ ଅରେଞ୍ଜ ବେଲ୍ଟ, ୧୦୦ ଗ୍ରୀନ୍‌ ବେଲ୍ଟ, ୭୩ ବ୍ଲୁ ବେଲ୍ଟ ଓ ୭୧ ଜଣ ବ୍ରାଉନ୍‌ ବେଲ୍ଟ ପାଇଛନ୍ତି। ଉତ୍କଳ କରାଟେ ସ୍କୁଲ ପ୍ରତିଷ୍ଠାତା ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଲ୍ଟ ପରୀକ୍ଷା ହୋଇଥିଲା।

ସିନିୟର ପ୍ରଶିକ୍ଷକ ସେନ୍‌ସେଇ ଖାରବେଳ ମଲିକ, ଅରବିନ୍ଦ ପଟ୍ଟନାୟକ, ଗୌରୀ ମହାନ୍ତି, ଦୀପକ ସାମନ୍ତରା, ନିରଞ୍ଜନ ପଟ୍ଟନାୟକ, ଉମାକାନ୍ତ ବେହେରା, କୃଷ୍ଣ ଚନ୍ଦ୍ର ମହାରଣା, ମହେଶ ଡୋରା, ସୁଶାନ୍ତ ପଣ୍ଡା, ସପନ ମିଶ୍ର, ଅମିୟ ସାହୁ, ଭଗବାନ ରେଡ୍ଡୀ, କୃଷ୍ଣ ନାୟକ, କ୍ରିଷ୍ଣା ଶିକାରୀ, ଦୀପକ ଯାଦବ, ଆଶିଷ ରାଉତ, ରାଜେଶ ମହାପାତ୍ର, ନା୍ୟସା କୁମାରୀ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।

Share