CORONAVIRUS UPDATE: ରାଜ୍ୟରେ ୨୪ ଜିଲାରୁ ୪୫୬ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ରେ ପହଞ୍ଚିଲା

ଭୁବନେଶ୍ୱର, ୬।୭(ବ୍ୟୁରୋ): ରାଜ୍ୟରେ ସୋମବାର ପୁଣି ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ୪୫୬ ଆକ୍ରାନ୍ତ ୨୪ ଜିଲାର। ଏମାନଙ୍କ ମଧ୍ୟରୁ ୩୦୯ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଲୋକାଲ କେସ୍‌ ରହିଛି।
ନୂଆ ୪୫୬ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୧୬୬ ରହିଛନ୍ତି। ସେହିପରି ଯାଜପୁର ୫୭, ବରଗଡ଼ ୩୩, ନବରଙ୍ଗପୁର ୨୪, ଜଗତ୍‌ସିଂହପୁର ୨୩, ଖୋର୍ଦ୍ଧା ୨୧, ସୁନ୍ଦରଗଡ଼ ୨୦, ସମ୍ବଲପୁର ୧୫, ବାଲେଶ୍ୱର ୧୪, କଟକ ୧୩, ରାୟଗଡ଼ା ୧୩, ଭଦ୍ରକ ୧୨, କୋରାପୁଟ ୧୦, ମୟୂରଭଞ୍ଜ ୮, ବଲାଙ୍ଗୀର ୬, କେନ୍ଦ୍ରାପଡ଼ା ୫, ନୟାଗଡ଼ ୪, କନ୍ଧମାଳ-ପୁରୀରୁ ୩ ଜଣ ଲେଖାଏ, କେନ୍ଦୁଝର ୨, ଢେଙ୍କାନାଳ-ଗଜପତି-କଳାହାଣ୍ଡି-ଅନୁଗୋଳରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୯,୫୨୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩,୨୫୪ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୬୨୨୪ ଜଣ ସୁସ୍ଥ ହୋଇଛନ୍ତି।

Share