Categories: ଖେଳ

କ୍ୟାପ୍‌ଟେନ୍‌ଶିପ୍‌ରେ ଲାନିଙ୍ଗ୍‌ଙ୍କ ଶତକ

କେପ୍‌ଟାଉନ୍‌,୨୬।୨: ଅଷ୍ଟ୍ରେଲିଆ ମହିଳା ଦଳର ଅଧିନାୟିକା ମେଗ୍‌ ଲାନିଙ୍ଗ୍‌ କ୍ୟାରିୟରରେ ସଫଳତାର ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି। ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ଲାନିଙ୍ଗ୍‌ ଟି୨୦ କ୍ୟାପ୍‌ଟେନ୍‌ଶିପ୍‌ରେ ଶତକ ହାସଲ କରିଛନ୍ତି। ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ୱକପ୍‌ ଫାଇନାଲରେ ସେ ଏହି କୀର୍ତ୍ତିମାନ କରିଛନ୍ତି।

୩୦ ବର୍ଷୀୟ ଲାନିଙ୍ଗ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୩ଟି ଟି୨୦ ବିଶ୍ୱକପ୍‌ ବିଜୟୀ ହୋଇଛି। ଅଷ୍ଟ୍ରେଲିଆ ସମୁଦାୟ ୫ଟି ଟି୨୦ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିବା ବେଳେ ୨୦୧୪, ୨୦୧୮ ଓ ୨୦୨୦ ସଂସ୍କରଣରେ ଲାନିଙ୍ଗ୍‌ ଦଳର ଅଧିନାୟିକା ରହିଥିଲେ। ୧୦୦ ମ୍ୟାଚ୍‌ରେ ଲାନିଙ୍ଗ ନେତୃତ୍ୱ ନେଇଥିବା ବେଳେ ଏହା ମଧ୍ୟରୁ ୭୫ଟିରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ଏହା ବ୍ୟତୀତ ଲାନିଙ୍ଗ୍‌ଙ୍କ ନେତୃତ୍ୱରେ ଦଳ ଦୁଇଟି ଦିନିକିଆ ବିଶ୍ୱକପ୍‌ ମଧ୍ୟ ବିଜୟୀ ହୋଇଛି।

Share