ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୦୮୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବାଲେଶ୍ୱର, ଗଜପତି, ଖୋର୍ଦ୍ଧା ଏବଂ ଯାଜପୁରରୁ ୬ ଜଣ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି ଗଞ୍ଜାମରୁ ୫, ସୁନ୍ଦରଗଡ଼ ୪, ନୟାଗଡ଼ ୩, କଟକ ୨, କେନ୍ଦ୍ରାପଡ଼ା ୨, ସମ୍ବଲପୁର ୨ ଏବଂ କୋରାପୁଟ, ମୟୂରଭଞ୍ଜରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୨।

Share