ବରଗଡ଼ ଅଫିସ,୧୯।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ଜିଲାରୁ ପୁଣି ୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୬ ଝଣ ରହିଥିବା ବେଳେ ବରଗ ବ୍ଲକର ୬, ଅତାବିରା ବ୍ଳକର ୨, ଅତାବିରା ଏନ୍ଏସିର ୨, ପଦ୍ମପୁର ବ୍ଲକର ୯, ପଦ୍ମପୁର ଏନ୍ଏସିର ୫, ସୋହେଲା ବ୍ଲକର ୨, ଭଟଲି ବ୍ଲକର ୨, ଅମ୍ବାଭୋନା ବ୍ଳକର ୫,, ବିଜେପୁର ବ୍ଲକର ୩, ଗାଇସିଲେଟ ବ୍ଲକର ୧, ବରପାଲି ବ୍ଳକର ୩ ଆକ୍ରାନ୍ତ ରହିଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୪୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୫ଜଣକର ମୃତ୍ୟୁ ଘଟିଥିବା ବେଳେ ୭୩୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ଆକ୍ରାନ୍ତମାନେ ବିଭିନ୍ନ କୋଭିଡ୍ ହସ୍ପିଟାଲ ଏବଂ ହୋମ ଆଇସୋଲେଶନରେ ରହି ଚିକିତ୍ସିତ ହେଉଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।