୬୪ ଓଇଏସଙ୍କ ପଦୋନ୍ନତି

ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟର ୬୪ଜଣ ଓଇଏସ ଅଧିକାରୀଙ୍କୁ ସୋମବାର ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ସରକାର ପଦୋନ୍ନତି ଦେଇଥିବା ଗ୍ରୁପ-ବି ଓଇଏସ ଅଧିକାରୀଙ୍କୁ ଗ୍ରୁପ-ଏକୁ ପଦୋନ୍ନତି କରିଛନ୍ତି। ଏହି ପ୍ରକ୍ରିୟାରେ ବହୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଇଥିବା ବେଳେ ଆଉ କେତେଜଣ ସେହି ସ୍ଥାନରେ ରହି ପଦୋନ୍ନତି ପାଇଛନ୍ତି। ଏହାସହ ଆହୁରି ଅନେକ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ଅନ୍ୟ ସ୍କୁଲର ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ପାଇଛନ୍ତି।

Share