Categories: ବାଣିଜ୍ୟ

୪୬% ଭାରତୀୟ ପରିବାରର ଆୟ ୧୫ ହଜାରରୁ କମ୍‌

ନୂଆଦିଲ୍ଲୀ,୭।୧୧: ଗତ କିଛି ବର୍ଷ ହେବ ବିଭିନ୍ନ କାରଣରୁ ଦେଶର ମୁଣ୍ଡ ପିଛା ଆୟଠାରୁ ନେଇ ପରିବାରର ଆୟ ମଧ୍ୟ ହ୍ରାସ ପାଇଚାଲିଛି। ଫଳରେ ଦେଶରେ ଏକ ପ୍ରକାର ଅସ୍ଥିରତା ଦେଖାଦେଇଛି। ବିଶେଷକରି ଆର୍ଥିକ ଅନ୍ତର୍ଭୂକ୍ତିର ଦୃଢ ଅଭିବୃଦ୍ଧି ଏବଂ ବୃଦ୍ଧି ପାଉଥିବା ଆର୍ଥିକ ସେବା ଶିଳ୍ପ ସତ୍ତ୍ୱେ ପ୍ରାୟ ୬୯% ଭାରତୀୟ ପରିବାର ଆର୍ଥିକ ଅସୁରକ୍ଷିତତା ଏବଂ ଦୁର୍ବଳତା ସହ ସଂଘର୍ଷ କରୁଛନ୍ତି ବୋଲି ଜାତୀୟ ସର୍ଭେକ୍ଷଣ ସଂସ୍ଥା ମନି ୯ ଦ୍ୱାରା କରାଯାଇଥିବା ବ୍ୟକ୍ତିଗତ ଆର୍ଥିକ ସର୍ଭେ ଅନୁଯାୟୀ ଏଭଳି କିଛି କୁହାଯାଇଛି। ବିଶେଷ କରି ଇଣ୍ଡିଆ ପର୍ସନାଲ ଫାଇନାନ୍ସ ପଲ୍ସ ଭାରତୀୟ ପରିବାରର ଆୟ, ସଞ୍ଚୟ, ପୁଞ୍ଜି ବିନିଯୋଗ ଏବଂ ଖର୍ଚ୍ଚକୁ ମାନଚିତ୍ର କରେ ବୋଲି ଟିଭି ୯ ନେଟୱର୍କ ଦ୍ୱାରା ପ୍ରୋତ୍ସାହିତ ମନି ୯ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି।

ସେହିଭଳି ଭାରତ କିପରି ରୋଜଗାର, ଖର୍ଚ୍ଚ ଏବଂ ସଞ୍ଚୟ କରେ ସେ ସମ୍ବନ୍ଧରେ ମଧ୍ୟ ବିସ୍ତୃତ ସୂଚନା ଉକ୍ତ ସର୍ଭେରେ କରାଯାଇଛି। ଏଥିରୁ ଜଣାପଡିଛି ଯେ ୪.୨ ଜଣ ଭାରତୀୟ ପରିବାରର ହାରାହାରି ଆୟ ମାସକୁ ୨୩,୦୦୦ଟଙ୍କା ରହିଛି। ସେହିପରି ୪୬%ରୁ ଅଧିକ ଭାରତୀୟ ପରିବାରର ଆୟ ୧୫,୦୦୦ ରୁ କମ୍‌ ରହିଥିବା ବେଳେ କେବଳ ୩% ଭାରତୀୟ ପରିବାର ବିଳାସପୂର୍ଣ୍ଣ ଜୀବନଶୈଳୀ ଅତିବାହିତ କରୁଛନ୍ତି। ବିଶେଷକରି ସେମାନଙ୍କ ମଧ୍ୟରୁ ଅଧିକାଂଶ ଉଚ୍ଚ ଆୟକାରୀ ସମବାୟ ସମିତି (ଉଚ୍ଚ-ମଧ୍ୟମ ଏବଂ ଧନୀ)ର ସଦସ୍ୟ ।

ଏଥିସହ ସର୍ବେକ୍ଷଣରୁ ଜଣାପଡିଛି ଯେ ୭୦% ଭାରତୀୟ ପରିବାର ବ୍ୟାଙ୍କ ଜମା, ବୀମା, ଡାକଘର ସଞ୍ଚୟ ଏବଂ ସୁନା ଆକାରରେ କିଛି ଆର୍ଥିକ ସଞ୍ଚୟ ମଧ୍ୟ କରିଥାନ୍ତି। ହେଲେ ୬୪% ରୁ ଅଧିକ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରେ ପାର୍କିଂ ହୋଇଥିବା ବେଳେ କେବଳ ୧୯% ପରିବାର ପାଖରେ ବୀମା ରହିଛି। ଅପରପକ୍ଷରେ ଉକ୍ତ ସର୍ବେକ୍ଷଣରୁ ଜଣାପଡିଛି ଯେ ୨୨% ଭାରତୀୟ ପରିବାର ଷ୍ଟକ୍‌, ମ୍ୟୁଚୁଆଲ୍‌ ଫଣ୍ଡ, ୟୁଏଲଆଇପି ଏବଂ ଭୌତିକ ସମ୍ପତ୍ତିରେ ମଧ୍ୟ ବିନିଯୋଗ କରିଛନ୍ତି। ତଥାପି ସମ୍ପତ୍ତି-ଜମିରେ ବିନିଯୋଗ ଅଧିକ (୧୮%), ତା’ପରେ ମ୍ୟୁଚୁଆଲ୍‌ ଫଣ୍ଡ୍‌ (୬%), ଷ୍ଟକ୍‌ ମାର୍କେଟ୍‌ (୩%) ଏବଂ ୟୁନିଟ୍‌ ଲିଙ୍କ୍‌ ହୋଇଥିବା ବୀମା ଯୋଜନା କିମ୍ବା ୟୁଏଲଆଇପି (୩%) ସାମିଲ ରହିଛି।

Share