Categories: ଜାତୀୟ

ଓଜୋନ ପ୍ରଦୂଷଣ କାରଣରୁ ୧୦୦ରେ ୪୬ ଜଣଙ୍କର ମୃତ୍ୟୁ ଭାରତରେ ହେଉଛି… ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ,୫।୨ ଭାରତ ସମେତ ସମଗ୍ର ବିଶ୍ୱରେ ଓଜୋନ ପ୍ରଦୂଷଣର ଆଶଙ୍କା ବୃଦ୍ଧି ପାଉଛି। ଏକ ନୂତନ ଅଧ୍ୟୟନରେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଜଳବାୟୁ ପରିବର୍ତ୍ତନ ଏବଂ ବାୟୁ ପ୍ରଦୂଷଣକୁ ହ୍ରାସ କରିବାକୁ ଧ୍ୟାନ ଦିଆଯାଏ ନାହିଁ, ତେବେ ଆସନ୍ତା ଦୁଇ ଦଶନ୍ଧି ମଧ୍ୟରେ ଓଜୋନ ସମ୍ବନ୍ଧୀୟ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ।
ଓଜୋନ ପ୍ରଦୂଷଣରୁ ଭାରତ ଅଧିକ ବିପଦରେ ବୋଲି କୁହାଯାଉଛି। ଷ୍ଟେଟ ଅଫ ଗ୍ଲୋବାଲ ଏୟାରର ତଥ୍ୟ ଅନୁଯାୟୀ, ଓଜୋନ ପ୍ରଦୂଷଣ ହେତୁ ଭାରତରେ ପ୍ରତିବର୍ଷ ୧୬୮,୦୦୦ ଲୋକ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ବିଶ୍ୱରେ ଓଜୋନ ଯୋଗୁଁ ୪୬ ପ୍ରତିଶତ ମୃତ୍ୟୁ ହୋଇଥାଏ। ଭାରତ ପରେ ଚାଇନାରେ ସର୍ବାଧିକ ୯୩,୩୦୦ମୃତ୍ୟୁ ଘଟିଛି। କାରଣ ଉଭୟ ଦେଶରେ ଓଜୋନ ପ୍ରଦୂଷଣର ସ୍ତର ବହୁତ ଅଧିକ ଏବଂ ଜନସଂଖ୍ୟା ମଧ୍ୟ ଅଧିକ।
୨୦୧୯ରେ ଓଜୋନ ସଂସ୍ପର୍ଶରେ ଆସିବା ହେତୁ ବିଶ୍ୱର ପ୍ରାୟ ୩୬୫,୦୦୦ଲୋକଙ୍କର ମୃତ୍ୟୁ ହୋଇଛି। ସାରା ବିଶ୍ୱରେ ସିଓପିଡି(କ୍ରନିକ ଅବଷ୍ଟ୍ରକ୍ଟିଭ ପଲମୋନାରୀ ଡିଜିଜ) ହେତୁ ଏହି ମୃତ୍ୟୁ ପ୍ରାୟ ୧୧ ପ୍ରତିଶତ ଅଟେ। ଏହାର ଅର୍ଥ ହେଉଛି ସିଓପିଡି କାରଣରୁ ପ୍ରତି ୯ ମୃତ୍ୟୁ ମଧ୍ୟରୁ ୧ପାଇଁ ଓଜୋନ ଦାୟୀ।

ସିଓପିଡି ଏକ ଗମ୍ଭୀର ରୋଗ ଯାହା ଫୁସଫୁସକୁ ପ୍ରଭାବିତ କରିଥାଏ ଏବଂ ଶ୍ୱାସକ୍ରିୟାକୁ କଷ୍ଟକର କରିଥାଏ। ସିଓପିଡିର ମୁଖ୍ୟ କାରଣ ହେଉଛି ଧୂମପାନ ଏବଂ ଆଜମା। ଏହା ବ୍ୟତୀତ ପ୍ରଦୂଷଣ ବୃଦ୍ଧି ଏହି ରୋଗର ମୁଖ୍ୟ କାରଣ ପାଲଟିଛି। ଓଜୋନର ସଂସ୍ପର୍ଶରେ ଆସିବା କାରଣରୁ ସିଓପିଡିର ବିପଦ ଆହୁରି ବଢିଯାଏ।
ଓଜୋନ ହେଉଛି ବାୟୁ ପ୍ରଦୂଷଣକାରୀ ଯାହା ଫୁସଫୁସକୁ କ୍ଷତି ପହଞ୍ଚାଇପାରେ। ସିଓପିଡିଥିବା ଲୋକମାନଙ୍କରେ, ଓଜୋନ ଏକ୍ସପୋଜର ନିଶ୍ୱାସ ପ୍ରଶ୍ୱାସ, କାଶ ଏବଂ ଛାତି ଟାଣିବା ଭଳି ଲକ୍ଷଣ ବଢାଇପାରେ। ଏହା ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ବଢାଇପାରେ।

Share